କନକ ବ୍ୟୁରୋ: ପୁଣି ଏକ ନିଆରା ଉଦ୍ୟମ କରି ପ୍ରଶଂସା ସାଉଁଟିଛନ୍ତି ଗଜପତି ଏସପି ସାରା ଶର୍ମା । ଆନ୍ତର୍ଜାତୀୟ ପର୍ବତାରୋହଣ ଦିବସ ଅବସରରେ ଆଗ୍ରହୀ ଯୁବକମାନଙ୍କୁ ପର୍ବତାରୋହଣ ସହ ନଦୀ ପାର ପାଇଁ ପ୍ରଶିକ୍ଷଣ ଦେଇଛନ୍ତି ଏସପି । କିଭଳି ଟ୍ରାକିଂ କରିବେ ସେ ନେଇ ଟିପ୍ସ ଦେଇଛନ୍ତି । ଏବଂ ଅଭ୍ୟାସ କରାଇଛନ୍ତି । ତେବେ ଲୋକଙ୍କ ମନରୁ ଭୟ ଦୂର ପାଇଁ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି ବୋଲି ସେ କହିଛନ୍ତି ।
ଗଜପତିକୁ ଏସପି ହୋଇ ଆସିବା ପରେ ଲୋକଙ୍କ ମନ ଜିଣିବା ପାଇଁ କିଛି ନୂଆ କରି ଦେଖାଇବା ଲକ୍ଷ୍ୟରେ ସେ ଉଦ୍ୟମ ଜାରି ରଖିଛନ୍ତି । ପୂର୍ବରୁ ମହିଳାଙ୍କ ସହାୟତା ପାଇଁ ନିଜେ ଥିମ୍ ସଂଗୀତ ଗାଇବା ସହ ସିଟିମ୍ ଗଠନ, ବନ୍ୟା ବିପନ୍ନଙ୍କ ପାଇଁ ସହାୟତା ସଂଗ୍ରହ, ବେକାରୀ ଯୁବକଯୁବତୀଙ୍କୁ ଆର୍ମି କିମ୍ବା ପୋଲିସରେ ନିଯୁକ୍ତି ପାଇଁ ତାଲିମ ଦେବା, ଜନସାଧାରଣଣଙ୍କୁ ସ୍ୱାସ୍ଥ୍ୟ ସଚେତନତା ପାଇଁ ଏରୋବିକ୍ ବ୍ୟାୟାମ କାର୍ଯ୍ୟକ୍ରମ ଆୟୋଜନ କରି ଚର୍ଚ୍ଚାରେ ରହିଥିଲେ ଏସପି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/12/Screen-shot-2019-12-13-at-8.47.53-AM.png)
/kanak/media/post_attachments/wp-content/uploads/2019/12/Screen-shot-2019-12-13-at-8.47.53-AM.png)