ସମାଜସେବୀ ଆନ୍ନା ହଜାରେଙ୍କୁ ଜୀବନରୁ ମାରିଦେବା ଭଳି ଧମକ ମିଳିଛି । ପୋଲିସକୁ ଗୁଇନ୍ଦା ବିଭାଗରୁ ଏହାର ସବିଶେଷ ସୁଚନା ମିଳିଛି । ଧମକ ପରେ ଆନ୍ନାଙ୍କ ସୁରକ୍ଷାକୁ କଡାକଡି କରି ଦିଆଯାଇଛି । ଅନ୍ୟପକ୍ଷେ ଡିସିପି ମଧୁର ବର୍ମା ତଥ୍ୟ ମିଳିବା କଥାକୁ ଖଣ୍ଡନ କରିବା ସହ ଆନ୍ନାଙ୍କ ସୁରକ୍ଷା ବଢାଇବା କଥାକୁ ନେଇ କୌଣସି ମନ୍ତବ୍ୟ ରଖିନାହାନ୍ତି । ନୂଆଦିଲ୍ଲୀ ଜିଲ୍ଲା ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ ତିନିଦିନ ପୂର୍ବରୁ ଗୁଇନ୍ଦା ବିଭାଗ ଏହାର ସବିଶେଷ ତଥ୍ୟ ଦେଇଛନ୍ତି । ସେତେବେଳେ ଆନ୍ନା ରାମଲୀଲା ମଇଦାନରେ ଅନଶନରେ ବସିଥିଲେ ।
ସୁଚନା ମିଳୁଛି କି ଆନ୍ଦୋଳନରେ ଯଦି ସେ କିଛି ଗମ୍ଭୀର ପ୍ରସଙ୍ଗକୁ ନେଇ କଥା ଉଠାନ୍ତି ତେବେ ତାଙ୍କୁ ହତ୍ୟା କରାଯିବ । ଏମିତିରେ ଅନଶନକୁ ଯଥାଶୀଘ୍ର ସାରିବା ପାଇଁ ସରକାରଙ୍କ ତରଫରୁ ଉଦ୍ୟମ ଜାରି ଥିଲା । କିନ୍ତୁ ଖବର ଆସିବା ପରେ ଦିଲ୍ଲୀ ପୋଲିିସ ସୁରକ୍ଷା ବଳୟକୁ କଡାକଡି କରିଦେଇଥିଲା । ପୋଲିସର ୨୪ ଘଣ୍ଟିଆ ସୁରକ୍ଷା ବଳୟର ଛାଉଣୀରେ ଆନ୍ନାଙ୍କୁ ରଖାଯାଇଥିଲା ।
/kanak/media/post_attachments/wp-content/uploads/2018/03/ZZ-1-236x300.jpg)
ବର୍ତ୍ତମାନ ଜଣେ ସବ ଇନସ୍ପେକ୍ଟର ଏବଂ ସୁରକ୍ଷାକର୍ମୀଙ୍କ ସୁରକ୍ଷା ଆଢୁଆଳରେ ଆନ୍ନା ମହାରାଷ୍ଟ୍ର ଭବନରେ ରହିଛନ୍ତି । ସୁଚନା ଅନୁସାରେ କିଛି ସମୟ ଧରି ଆନ୍ନାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଲାଗିରହିଛି । ସ୍ୱାସ୍ଥ୍ୟରେ ଉନ୍ନତି ଆସିଲେ ସେ ମହାରାଷ୍ଟ୍ର ଅଭିମୁଖେ ଯାତ୍ରା କରିବେ । ଦିଲ୍ଲୀ ରହଣି କାଳରେ ତାଙ୍କ ସୁରକ୍ଷାକୁ କଡାକଡି କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/03/C7GBBY7U0AExaYZ.jpg)
/kanak/media/post_attachments/wp-content/uploads/2018/03/ANNA_759228g-248x300.jpg)