ଅନୁରାଗ ବସୁଙ୍କ ଉପରେ ରାଗିଛନ୍ତି ଗୋବିନ୍ଦା ! ଗୋଟିଏ ପରେ ଗୋଟିଏ କଲେ ଟୁଇଟ୍ . . ହେଲେ କାହିଁକି ?

31

ଅନୁରାଗ ବସୁଙ୍କ ଉପରେ ରାଗିଛନ୍ତି ଗୋବିନ୍ଦା । ଆଛ ନିଜ ରାଗକୁ ଟୁଇଟର୍ ଜରିଆରେ ଜାହିର୍ କରିଛନ୍ତି । ଶୁକ୍ରବାର ରାତିରେ ଗୋଟିଏ ପରେ ଗୋଟିଏ ପ୍ରାୟ ୫ଟା ଟୁଇଟ୍ କରିଛନ୍ତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଏହି ବର୍ଷିୟାନ୍ ଅଭିନେତା ।

ସୂଚନା ଅନୁସାରେ, ଅନୁରାଗ୍ ବସୁଙ୍କ ଆଗାମୀ ସିନେମା ‘ଜଗା ଜାସୁସ୍’ରେ ଗୋବିନ୍ଦା ଏକ ତାନ୍ତ୍ରିକ ଭୂମିକାରେ ନଜର ଆସିଥିଲେ । ଯଦିଓ ଭୂମିକାଟି ଛୋଟ ଥିଲା କିନ୍ତୁ ସିନେମାର ନୂଆ ଟ୍ରେଲରରେ ମଧ୍ୟ ଦେଖିବାକୁ ମିଳିଥିଲା । କିନ୍ତୁ ପର ମୁହୂର୍ତ୍ତରେ ନିର୍ଦ୍ଦେଶକ ଏହାକୁ ହଟାଇ ଦେଇଛନ୍ତି । ତେବେ ଏହି ଘଟଣା ଜାଣିବା ପରେ ଗୋବିନ୍ଦା କ୍ଷୋଭ ପ୍ରକାଶ କରିଛନ୍ତି । ଆଉ କହିଛନ୍ତି, ପ୍ରତିକୂଳ ପରିବେଶରେ ବି ସେ ସିନେମା ସୁଟିଂ କରିଥିଲେ । କିନ୍ତୁ ଏହାକୁ ସିନେମାରୁ କାଟି ଦିଆଯିବା ଫଳରେ ତାଙ୍କୁ ଆଘାତ ଲାଗିଛି ।

ଶେଷରେ ଗୋବିନ୍ଦା କହିଛନ୍ତି , ଅଭିନେତା ହିସାବରେ ସେ ନିଜ କାମ କରିଛନ୍ତି କିନ୍ତୁ ଯଦି ନିର୍ଦେଶକଙ୍କୁ ଏହା ପସନ୍ଦ ନଆସେ ତେବେ ଏଥିରେ ତାଙ୍କର କୌଣସି ଭୁଲ୍ ନାହିଁ । ତେବେ ଟୁଇଟରେ ସେ କୌଣସି ସିନେମା, ନିର୍ଦେଶକ କିମ୍ବା କୌଣସି ଅଭିନେତାଙ୍କ ନାଁ ନେଇ ନାହାଁନ୍ତି । କିନ୍ତୁ ଏହା ସ୍ପଷ୍ଟ ହୋଇସାରିଛି ଗୋବିନ୍ଦା କେଉଁ ସିନେମା ଏବଂ କେଉଁ ନିର୍ଦ୍ଦେଶକଙ୍କ ବିଷୟରେ କହିଛନ୍ତି ।