ଅଙ୍ଗନୱାଡି କର୍ମୀଙ୍କ ଦରମା ବଢାଇଲେ କେନ୍ଦ୍ର ସରକାର ! ଜାଣନ୍ତୁ କେତେ ଟଙ୍କା ଲେଖାଏଁ ବଢିଲା ଦରମା

195

କନକ ବ୍ୟୁରୋ : ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ଥିବା ବେଳେ ଅଙ୍ଗନୱାଡି କର୍ମୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଙ୍ଗନୱାଡି କର୍ମୀଙ୍କ ପାଇଁ ଭଣ୍ଡାର ଖୋଲିଛନ୍ତି କେନ୍ଦ୍ର ସରକାର । ଅଙ୍ଗନୱାଡି କର୍ମୀ ଓ ଆଶା କର୍ମୀଙ୍କ ଦରମା ବୃଦ୍ଧି ନେଇ ବଡ ଘୋଷଣା କରିଛନ୍ତି ମୋଦି ସରକାର ।

ମୋଦି ଦରମା ବୃଦ୍ଧିର ଘୋଷଣା କରିବା ପରେ ଯେଉଁ ଅଙ୍ଗନୱାଡି କର୍ମୀ ମାନେ ୩୦୦୦ ଟଙ୍କା ପାଉଥିଲେ ସେମାନେ ଏଣିକି ୪୫୦୦ ଟଙ୍କା ପାଇବେ । ସେହିଭଳି ଯେଉଁମାନେ ୨୨୦୦ ଟଙ୍କା ପାଉଥିଲେ ସେମାନଙ୍କୁ ୩୫୦୦ ଟଙ୍କା ମିଳିବ ବୋଲି ଜଣାପଡିଛି । ଏହାଛଡା ଅଙ୍ଗନୱାଡି ସହାୟିକା ମାନଙ୍କ ଦରମା ମଧ୍ୟ ୧୫୦୦ ଟଙ୍କାରୁ ୨୨୫୦ ଟଙ୍କାକୁ ବୃଦ୍ଧି କରାଯାଇଛି । କେବଳ ଅଙ୍ଗନୱାଡି କର୍ମୀ ନୁହନ୍ତି ଆଶା କର୍ମୀଙ୍କ ଦରମା ମଧ୍ୟ ଦୁଇଗୁଣ ବଢାଇବାକୁ ଘୋଷଣା କରିଛନ୍ତି ମୋଦି ସରକାର । ଦରମା ବୃଦ୍ଧି ସହ ଆଶା କର୍ମୀ ଓ ସହାୟିକା ମାନଙ୍କୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ମାଧ୍ୟମରେ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି ମୋଦି ।