ଭାରତୀୟ ଆଣ୍ଡ୍ରଏଡ୍ ଫୋନ୍ ୟୁଜର୍ସଙ୍କୁ କ୍ୱିକ୍ ହିଲ୍ ର ଚେତାବନୀ : ଆପଣଙ୍କ ଡାଟା ଲିକ୍ କରୁଛି ଏହି ଦୁଇଟି ଭାଇରସ୍

38

ଭାରତରେ ଦୁଇଟି ନୂଆ ଆଣ୍ଡ୍ରଏଡ ମାଲୱେର ମୋବାଇଲ ୟୁଜର୍ସଙ୍କ ଗତିବିଧି ଉପରେ ନଜର ରଖୁଛି ଏବଂ ତାଙ୍କ ପ୍ରାଇଭେଟ୍ ଡାଟା ଚୋରି କରୁଛି । ଗ୍ଲୋବାଲ ଆଇଟି ସିକ୍ୟୁରିଟି ଫର୍ମ କ୍ୱିକ୍ ହିଲ୍ ଆଣ୍ଡ୍ରଏଡ ଫୋନ୍ ୟୁଜର୍ସଙ୍କୁ ଚେତାବନୀ ଦେଇଛି । କ୍ୱିକ୍ ହିଲ୍ ସିକ୍ୟୁରିଟିି ଲ୍ୟାବର ବିଶେଷଜ୍ଞ ‘ଆଣ୍ଡ୍ରଏଡ.ମାର୍ଚର.ସି’ ଏବଂ ‘ଆଣ୍ଡ୍ରଏଡ.ଏସକବ୍.ଟି ’ ନାମରେ ଦୁଇଟି ଟ୍ରୋଜନ୍ ର ଚିହ୍ନଟ କରାଯାଇଛି । ଯାହା ହ୍ୱାଟସଆପ୍, ଫେସବୁକ୍, ସ୍କାଇପ୍, ଇଂଷ୍ଟାଗ୍ରାମ ଏବଂ ଟ୍ୱିଟର ଭଳି ସୋଶିଆଲ ଆପ୍ଲିକେସନ ବ୍ୟତୀତ କିଛି ଖାସ୍ ବ୍ୟାଙ୍କିଙ୍ଗ ଆପଗୁଡିକର ନୋଟିଫିକେସନକୁ ବି ଟ୍ରାକ୍ କରେ ।

ଟୁ-ଫ୍ୟାକ୍ଟର ସିକ୍ୟୋର ମେସେଜ୍ କୁ ବି କରେ ପ୍ରବେଶ : ଗବେଷକମାନେ ଚେତାବନୀ ଦେଇଛନ୍ତି କି ପ୍ରଶାସନିକ ବିଶେଷ ଅଧିକାର ମାଧ୍ୟମରେ ଇନକମିଙ୍ଗ ମେସେଜ୍ ପର୍ଯ୍ୟନ୍ତ ପହଂଚିବା ପାଇଁ ଏହିି ମାଲୱେର ହ୍ୟାକରଙ୍କୁ ଟୁ-ଫ୍ୟାକ୍ଟର ଅଥେଣ୍ଟିଫିକେସନ୍ କୁ ବାଇପାସ୍ କରିବାରେ ସକ୍ଷମ ବନାଏ । ଅନଲାଇନ୍ ନେଣଦେଣରେ ସୁରକ୍ଷା ପାଇଁ ଟୁ-ଫ୍ୟାକ୍ଟର ଅଥେଣ୍ଟିଫିକେସନ ର ବ୍ୟବହାର କରାଯାଏ ।

କ୍ୱିକ୍ ହିଲ୍ ଟେକନୋଲୋଜି ଲିମିଟେଡ୍ ର ସହ-ନିର୍ଦ୍ଦେଶକ ଏବଂ ମୁଖ୍ୟ ବୈଷୟିକ ଅଫିସର ସଂଜୟ କାଟକରଙ୍କ କହିବାନୁସାରେ, ଭାରତୀୟ ୟୁଜର୍ସ ଥାର୍ଡ ପାର୍ଟି ଆପ୍ ଷ୍ଟୋର୍ସ, ଏସଏମଏସ୍ ଏବଂ ଇମେଲରେ ପଠାଯାଉଥିବା ଲିଙ୍କ ମାଧ୍ୟମରେ ଅନ୍-ଭେରିଫାଏଡ ଆପ୍ ଡାଉନଲୋଡ କରନ୍ତି । ଏହାଦ୍ୱାରା ହ୍ୟାକର୍ସଙ୍କୁ ୟୁଜର୍ସଙ୍କ ଠାରୁ ବ୍ୟକ୍ତିଗତ ତଥ୍ୟ ଚୋରି କରିବାର ସୁଯୋଗ ମିଳେ ।