ମୃତ୍ୟୁକୁ ମାତ ଦେଲେ ୪୫ ବର୍ଷୀୟ ବ୍ୟକ୍ତି : ଉପସ୍ଥିତ ବୃଦ୍ଧି ଖଟାଇ ବଂଚାଇଲେ ଜୀବନ, ଭିଡିଓ ଦେଖି ହୋଇଯିବେ ହତବାକ୍

ହାଇଦ୍ରାବାଦ ଅନନ୍ତପୁରା ରେଳ ଷ୍ଟେସନରେ ଟ୍ରାକରେ ଚାଲୁଥିବା ବେଳେ ହଠାତ ମାଡି ଆସିଲା ଟ୍ରେନ୍

229

ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ । କଥାରେ ଅଛି ଯାହାକୁ ଭଗବାନ ଶାହା ସେ ମରଣମୁହଁରୁ ମଧ୍ୟ ଫେରିଆସେ । ଆଉ ଏହା ସତ ପ୍ରମାଣିତ ହୋଇଛି । ଘଟଣାଟି ଘଟିଛି ହାଇଦ୍ରାବାଦରେ । ଏହି ଘଟଣା ଆପଣଙ୍କୁ ହତବାକ କରିଦେବ ଓ ଆପଣ ସହଜରେ ବିଶ୍ୱାସ ବି କରିପାରିବେ ନାହିଁ । ହାଇଦ୍ରାବାଦ ଅନନ୍ତପୁରା ରେଳ ଷ୍ଟେସନରେ ଘଟିଛି ଏହି ଘଟଣା । ମୃତ୍ୟୁକୁ ଅତି ନିକଟରୁ କିଭଳି ମାତ୍ ଦେଉଛନ୍ତି ଏହି ୪୫ ବର୍ଷୀୟ ବ୍ୟକ୍ତି । ଫୁଟଓଭର ବ୍ରିଜ ବଦଳରେ ସଂପୃକ୍ତ ଯୁବକ ଜଣକ ଟ୍ରାକ ଦେଇ ପ୍ଲାଟଫର୍ମ ପାରି ହେଉଥିଲେ । ଆଉ ସେହି ସମୟରେ ଅଚାନକ ମାଡି ଆସିଥିଲା ମାଲବାହୀ ଟ୍ରେନ । କିଛି ଉପାୟ ନପାଇ ନିଜର ଉପସ୍ଥିତି ବୁଦ୍ଧି ଖଟାଇ ଯୁବକ ଜଣକ ଟ୍ରାକ ଉପରେ ଶୋଇପଡିଥିଲେ ।

ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, କିଭଳି ରେଳ ଟ୍ରାକ ମଝିରେ ସାବଧାନ ପୋଜିସନରେ ଯୁବକ ଆଉ ତାଙ୍କ ଉପରେ କ୍ଷିପ୍ର ଗତିରେ ମାଡିଚାଲିଛି ମାଲବାହୀ ଟ୍ରେନ । କିଛି ସମୟ ପାଇଁ ସେଠାରେ ଉପସ୍ଥିତ ଥିବା ଲୋକ ତାଜୁବ ହୋଇଯାଇଥିଲେ । ତାପରେ ଟ୍ରେନଟି ପାସ କରିଯିବା ପରେ ଯୁବକ ଜଣକ ଟ୍ରାକ ଉପରେ ବସିପଡିଛନ୍ତି ।ଏହି ଦୃଶ୍ୟଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।