ଅମୃତସର ବିସ୍ଫୋରଣ ପଛରେ ପାକିସ୍ତାନର ହାତ !  ଅମରିନ୍ଦର ସିଂ କହିଲେ ପାକ ନିର୍ମିତ ଗ୍ରେନେଡରେ ହୋଇଛି ହମଲା । 

87

କନକ ବ୍ୟୁରୋ : ପଂଜାବ ଅମ୍ରିତସରରେ ଆତଙ୍କବାଦୀ ଘଟଣା ପାଇଁ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ଦାୟୀ କରିଛନ୍ତି ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ । ଆଇଏସଆଇ ଏହି ଘଟଣାର ମାଷ୍ଟରମାଇଣ୍ଡ । କାରଣ ଏହି ଆକ୍ରମଣରେ ପାକିସ୍ତାନରେ ତିଆରି ହୋଇଥିବା ଗ୍ରେନେଡର ବ୍ୟବହାର କରାଯାଇଥିବା ପଂଜାବ ମୁଖ୍ୟମନ୍ତ୍ରୀ କହିଛନ୍ତି । 

ରବିବାର ଦିନ ଅମ୍ରିତସରରେ ଥିବା ନିରଙ୍କାରୀ ଭବନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏଠାରେ ବିସ୍ଫୋରଣ ହୋଇଥିଲେ । ଯେଉଁଥିରେ ୩ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଥିଲେ । ପୂର୍ବରୁ ମଧ୍ୟ ଏହି ଆକ୍ରମଣ ଘଟଣାକୁ ଆତଙ୍କବାଦୀ ଆକ୍ରମଣ ବୋଲି କହିଥିଲେ ପଂଜାବ ମୁଖ୍ୟମନ୍ତ୍ରୀ । ଏହି ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ମଧ୍ୟରୁ ବିକ୍ରମଜିତ ସିଂକୁ ପୋଲିସ ଗିରଫ କରିଛି । ତେବେ ଅନ୍ୟତମ ଅଭିଯୁକ୍ତ ଅବତାର ସିଂକୁ ମଧ୍ୟ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି କ୍ୟାପଟେନ ଅମରିନ୍ଦର ସିଂ କହିଛନ୍ତି ।