କନକ ବ୍ୟୁରୋ: ଅମୃତସରରେ ବଡ଼ ବିସ୍ଫୋରଣ । ଅମୃତସର ଆଦଲିୱାଲ ଅଂଚଳରେ ଥିବା ନିରଙ୍କରୀ ଭବନରେ ଧାର୍ମିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବିସ୍ଫୋରଣ ହେବାରୁ ୩ ଜଣ ପ୍ରାଣ ହରାଇଛନ୍ତି  । ୧୦ ଜଣ ଆହତ ହୋଇଛନ୍ତି ।

Advertisment

publive-image

ରିପୋର୍ଟ ଅନୁଯାୟୀ କାର୍ଯ୍ୟକ୍ରମସ୍ଥଳକୁ ଦୁଇଟି ମୋଟର ବାଇକ୍ରେ ଦୁବୁର୍ତ ଆସି ନିରଙ୍କାରୀ ଅନୁଗାମୀଙ୍କ ଉପରେ ଗ୍ରେନେଡ୍ ମାଡ଼ କରିଛନ୍ତି  । ଗୁରୁତର ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିବା ବେଳେ ଅଂଚଳକୁ ସିଲ୍ କରି ପୁଲିସ ତଲାସୀ ଅଭିଯାନକୁ ଜୋରଦାର୍ କରିଛି  । ଘଟଣା ପଛରେ କୌଣସି ସଙ୍ଗଠନ ନିଜକୁ ଦାୟୀ କରିନାହାନ୍ତି  ।

publive-image

ତେବେ ଖୁବଶିଘ୍ର ଏହାର ଖୁଲାସା ହେବ ବୋଲି ପଂଜାବ ବର୍ଡର ରେଂଜ୍ ଆଇଜିପି ଏସପି ପର୍ମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି  । ପ୍ରାଥମିକ ଭାବେ ଏହା ଆତଙ୍କବାଦୀଙ୍କ କାମ ବୋଲି ଅନୁମାନ କରାଯାଇଛି  ।