ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେଲା ଅମ୍ଫାନ । ପାରାଦୀପ ଠାରୁ ୯୬୦ କିମି ଦୂରରେ ରହିଛି ବାତ୍ୟା, ୨୪ ଘଣ୍ଟାରେ ନେବ ଏକଷ୍ଟ୍ରିମ୍ ସାଇକ୍ଲୋନିକ୍ ଷ୍ଟର୍ମର ରୂପ ।

928

କନକ ବ୍ୟୁରୋ : ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେଲା ଅମ୍ଫାନ । ଆସନ୍ତା ୨୪ ଘଣ୍ଟାରେ ଏହା ଏକଷ୍ଟ୍ରିମ୍ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ । ବର୍ତ୍ତମାନ ସମୟରେ ପାରାଦୀପ ଠାରୁ ୯୬୦ କିଲୋମିଟର ଦୂରରେ ରହିଛି ଅମ୍ଫାନ । ସେହିପରି ଦୀଘା ଠାରୁ ୧୧୧୦ କିଲୋମିଟର ଦୂରରେ ରହିଛି । ଶେଷ ୬ ଘଣ୍ଟାରେ ଅମ୍ଫାନ ୫ କିଲୋମିଟର ବେଗରେ ଗତି କରୁଛି ।

ଆସନ୍ତା ୨୦ ତାରିଖ ଅପରାହ୍ନରୁ ସନ୍ଧ୍ୟା ମଧ୍ୟରେ ଏହା ପଶ୍ଚିମବଙ୍ଗ ସାଗର ଦ୍ୱୀପ ଓ ବାଂଲାଦେଶର ହାତିଆ ଦ୍ୱୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ । ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇଥିବା ଅମ୍ଫାନ ଧୀରେ ଧୀରେ ଘନୀଭୂତ ହୋଇ ଧୀର ବେଗରେ ଗତି କରୁଛି । ତେବେ ଓଡ଼ିଶାରେ ଏହାର ପ୍ରଭାବ ପଡିବା ସମ୍ଭାବନା ରହିଛି । ବାତ୍ୟା ନେଇ ରାଜ୍ୟ ସରକାର ପ୍ରସ୍ତୁତ ଥିବା ଏସଆରସି କହିଛନ୍ତି ।

ଉପକୂଳ ଓ ଉତ୍ତର ଓଡ଼ିଶାରେ ମଧ୍ୟମ ଧରଣରୁ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଉଛି । ୧୨ଟି ଜିଲ୍ଳାକୁ ଆଲର୍ଟ କରାଯାଇଛି । ୪ଟି ଜିଲ୍ଲା ଜଗତସିଂହପୁର, ବାଲେଶ୍ୱର, କେନ୍ଦ୍ରାପଡା ଭଦ୍ରକରେ ଅଧିକ ବିପଦ ରହିଛି । ଜିଲ୍ଳାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାର ତୀକ୍ଷଣ ନଜର ରଖିିଥିବା ଏସଆରସି କହିଛନ୍ତି । ବାତ୍ୟାର ରୂପ ନେଇ ସାରିଥିବା ଅମ୍ଫାନ ପ୍ରଭାବରେ ୧୮ ତାରିଖରୁ ଓଡିଶାରେ ଆରମ୍ଭ ହେବ ବର୍ଷା । ୧୯ ତାରିଖରୁ ପବନର ବେଗ ବଢିବ । ଯେଉଁ ଜିଲ୍ଳାରେ ଦରକାର ପଡିବ ସେଠାରେ ଆସନ୍ତାକାଲିଠୁ ସ୍ଥାନାନ୍ତର କରାଯିବ ।