କ୍ରିକେଟ ଜଗତକୁ ଆମଲାଙ୍କ ବାଏ ବାଏ । ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କଲେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍ ହାସିମ୍ ଆମଲା ।

363

କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଟିମ୍‌ର ଜଣାଣୁଣା ବ୍ୟାଟସ୍‌ମ୍ୟାନ୍‌ ହାସିମ ଆମଲା କ୍ରିକେଟ୍‌ର ସବୁ ଫର୍ମାଟରୁ ଅବସର ନେଇଛନ୍ତି । କ୍ରିକେଟ୍‌ ସାଉଥ ଆଫ୍ରିକା (ସିଏସ୍‌ଏ)ର ଅଫିସିଆଲ୍‌ ଟୁଇଟରୁ ଏହି ସୂଚନା ମିଳିଛି । ଏଥିରେ କୁହାଯାଇଛି ଯେ, ଆମଲା ଘରୋଇ କ୍ରିକେଟ ଓ ମାଂଜା ସୁପର ଲିଗ୍‌ ଖେଳିବା ଜାରି ରଖିବେ ।

୩୬ ବର୍ଷୀୟ ଆମଲା ଦକ୍ଷିଣ ଆଫ୍ରିକା ପାଇଁ ୧୨୪ଟି ଟେଷ୍ଟ, ୧୮୧ଟି ଦିନିକିଆ ଓ ୪୪ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି । ଏଥିରେ ସେ କ୍ରମଶଃ ୯୨୮୨, ୮୧୧୩ ଓ ୧୨୭୭ ରନ୍‌ କରିଛନ୍ତି । ଟେଷ୍ଟରେ ତାଙ୍କର ୩୧୧ ସର୍ବଶ୍ରେଷ୍ଟ ରନ୍‌ । ସେହିଭଳି ଦିନିକିଆରେ ୧୫୯ ରନ୍‌ ଓ ଟି-୨୦ରେ ଅପରାଜିତ ୯୭ ରନ୍‌ କରିଛନ୍ତି ।