ବଲିଉଡ଼ରେ ଅମିତାଭଙ୍କ ଅର୍ଦ୍ଧଶତକ । ଫିଲ୍ମ କ୍ୟାରିୟରରେ ପୂରା ହେଲା ବିଗ୍ ବି’ଙ୍କ ୫୦ ବର୍ଷ ।

315

କନକ ବ୍ୟୁରୋ : ବଲିଉଡର ଆଂଗ୍ରି ୟଙ୍ଗମ୍ୟାନ୍, ଶେହନସାହ, ବିଗ୍ ବି, ଷ୍ଟାର ଅଫ ଦି ମିଲେନିୟମ ଆଦି ଅନେକ ନାମରେ ପରିଚିତ ଅମିତାଭ ବଚ୍ଚନ । ଚଳଚିତ୍ର ଇତିହାସରେ ଅମିତାଭ ଏକ ଶ୍ରଦ୍ଧାଶୀଳ ବ୍ୟକ୍ତି । କୌନ ବନେଗା କରୋଡପତି ଟିଭି ଶୋ’ ଜରିଆରେ ସେ ଅନେକ ଲୋକପ୍ରିୟତା ହାସଲ କରିଛନ୍ତି । ନିଜର ୫୦ବର୍ଷ ଜୀବନ ମଧ୍ୟରେ ସେ ଅନେକ ପୁରସ୍କାର ଓ ସମ୍ମାନ ପ୍ରାପ୍ତ କରିଛନ୍ତି ।

ଜାତୀୟ ଚଳଚିତ୍ର ପୁରସ୍କାର, ଫିଲ୍ମ ଫେୟାର୍ ଆୱାର୍ଡରେ ସମ୍ମାନିତ ହୋଇଛନ୍ତି । ଏଥି ସହିତ ନିକଟରେ ତାଙ୍କ ନାମ ଦାଦା ସାହେବ ଫାଲକେ ପୁରସ୍କାର ପାଇଁ ମନୋନୀତ ହୋଇଛି । ସେ ଏକା ସାଙ୍ଗରେ ଜଣେ ପ୍ରସିଦ୍ଧ ଅଭିନେତା, ପ୍ରଯୋଜକ, ଗାୟକ ଏବଂ ଆଙ୍କର । ନିଜର ଉଚ୍ଚ ସ୍ୱର ଏବଂ ଅଭିନୟ ବଳରେ ଅମିତାଭ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।

ଫିଲ୍ମ ଜଗତର ‘ମହାନାୟକ’ ଅମିତାଭ ବଚ୍ଚନଙ୍କ ଫିଲ୍ମ କ୍ୟାରିୟରକୁ ଆଜି ୫୦ବର୍ଷ ପୂରଣ ହୋଇଛି । ୭ନଭେମ୍ବର ୧୯୬୯ରେ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ସେହି ଦିନ ତାଙ୍କ ଅଭିନୀତ ପ୍ରଥମ ଫିଲ୍ମ ‘ସାତ ହିନ୍ଦୁସ୍ତାନୀ ‘ ରିଲିଜ ହୋଇଥିଲା । ଏହାର ନିର୍ମାଣ ଓ ନିର୍ଦ୍ଦେଶନା ଦେଇଥିଲେ ଖ୍ୱାଜା ଅହମ୍ମଦ ଅବ୍ୱାସ । ଗୋଆକୁ ପର୍ତ୍ତୁଗାଲୀ ଶାସନରୁ ମୁକ୍ତ କରିଥିôବା ୭ହିନ୍ଦୁସ୍ତାନୀଙ୍କ କାହାଣୀ ଉପରେ ଫିଲ୍ମଟି ପର୍ଯ୍ୟବେସିତ ଥିଲା । ଏହି ଫିଲ୍ମରେ ଉତ୍ପଳ ଦତ୍ତ, ମଧୁ, ଏକେ ହଙ୍ଗଳଙ୍କ ସହିତ ଅମିତାଭ୍ ବଚ୍ଚନ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।