ଓଡ଼ିଶା ଆସିବେ ଅମିତ ଶାହା ! ଜାନୁଆରୀ ୧୮ରେ କଟକରେ କରିବେ ସମାବେଶ । 

ଆସନ୍ତା ୧୮ ତାରିଖରେ କଟକ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ।

505
କନକ ବ୍ୟୁରୋ: ଆସନ୍ତା ୧୮ ତାରିଖରେ କଟକ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ସେ ରାଜ୍ୟରେ ଥିବା ବିଭିନ୍ନ ଶକ୍ତି କେନ୍ଦ୍ରଗୁଡିକରେ ଯୋଗ ଦେବା ସହ ବୁଥ୍ ସ୍ତରୀୟ କାର୍ଯ୍ୟକର୍ତାମାନଙ୍କ ସହ ଆଗାମୀ ନିର୍ବାଚନ ରଣନୀତି ସଂର୍ପକରେ ଆଲୋଚନା କରିବେ । ମାତ୍ର କେଉଁ ଜାଗାରେ ସମ୍ମିଳନୀର ଆୟୋଜନ ହେବ , ତାହା ଜଣାପଡ଼ି ନାହିଁ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂହ।
ରାଜ୍ୟ ବିଜେପି ମିଶନ ୧୨୦+ ଲକ୍ଷ୍ୟରେ ଆଗେଇ ଚାଲିଛି  । ପୂର୍ବ ଭାରତର ବିକାଶ ତଥା ନୂଆ ଓଡିଶା ଗଠନ ପାଇଁ ବିଜେପି ପ୍ରାଧାନ୍ୟ ଦେଇ ଆସୁଛି । ତୃଣମୂଳ ସ୍ତରରୁ ଆରମ୍ଭ କରି ସବୋର୍ଚ୍ଚ ନେତୃତ୍ୱ ପର୍ଯ୍ୟନ୍ତ ସମସ୍ତେ ଏକ ହୋଇ ଓଡିଶାର ବିକାଶ ଦିଗରେ କାର୍ଯ୍ୟ କରୁଛନ୍ତି । ରାଜ୍ୟର ଦୁର୍ନୀତି ଓ ଭଷ୍ଟ୍ରା ସରକାରର ଶାସନରେ ଅତିଷ୍ଠ ହୋଇ ରାଜ୍ୟବାସୀ ଶାସକ ବିଜେଡିର ମୂଳତ୍ପାଟନ କରିବାକୁ ମନବଳାଇ ସାରିଲାଣି ବିଜେପି । ଅନ୍ୟପଟେ ରାଜ୍ୟକୁ ବିକାଶ ପଥରେ ନେବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଅହରହ ଉଦ୍ୟମ ଜାରି ରଖିଛନ୍ତି ବୋଲି ରାଷ୍ଟ୍ରୀୟ ସାଧାରଣ ସଂପାଦକ ତଥା ରାଜ୍ୟ ପ୍ରଭାରୀ  ଅରୁଣ ସିଂ କହିଛନ୍ତି ।
ତେବେ ଆସନ୍ତା ଜାନୁଆରୀ ୧୮ ତାରିଖରେ ରାଷ୍ଟୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହା ଓଡିଶା ଆସିବେ । ରାଜ୍ୟରେ ଥିବା ବିଭିନ୍ନ ଶକ୍ତି କେନ୍ଦ୍ରଗୁଡିକରେ ଯୋଗ ଦେବା ସହ ବୁଥ୍ ସ୍ତରୀୟ କାର୍ଯ୍ୟକର୍ତାମାନଙ୍କ ସହ ଆଗାମୀ ନିର୍ବାଚନ ରଣନୀତି ସଂର୍ପକରେ ଆଲୋଚନା କରିବେ ବୋଲି ଅରୁଣ ସିଂ ସୂଚନା ଦେଇଛନ୍ତି  ।