ଅମିତଙ୍କ ଟାଗେଟରେ ରାହୁଲ ଗାନ୍ଧୀ । କହିଲେ, ଅନୁପ୍ରବେଶକାରୀ କଣ ଆପଣଙ୍କର ସମ୍ପର୍କୀୟ ଭାଇ, ୨୦୨୪ ସୁଦ୍ଧା ସବୁ ଅନୁପ୍ରବେଶକାରୀଙ୍କୁ ଦେଶରୁ ବିଦା କରିବୁ । 

724

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲେ  କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଝାଡଖଣ୍ଡର ଏକ ନିର୍ବାଚନୀ ରାଲିରେ ରାହୁଲଙ୍କୁ ଟାର୍ଗେଟ କରି ଅମିତ କହିଛନ୍ତି, ଅନୁପ୍ରବେଶକାରୀ କଣ ରାହୁଲଙ୍କର ସମ୍ପର୍କୀୟ ଭାଇ । ଦେଶରେ କାହିଁକି ଏନଆରସି ଲାଗୁ କରୁଛ ? ଅନୁପ୍ରବେଶକାରୀ କୁଆଡେ ଯିବେ ବୋଲି ରାହୁଲ ବାରମ୍ବାର ପ୍ରଶ୍ନ କରୁଛନ୍ତି । ଆଉ ଏହାର ଉତ୍ତର ବିଜେପି ଦେବ । କୌଣସି ଅନୁପ୍ରବେଶକାରୀଙ୍କୁ ଛଡାଯିବ ନାହିଁ । ୨୦୨୪ ପୂର୍ବରୁ ଜଣ ଜଣକରି ଅନୁପ୍ରବେଶକାରୀଙ୍କୁ ଦେଶରୁ ବିଦା କରାଯିବ ।

ଏହାଛଡା ଅନୁପ୍ରବେଶକାରୀଙ୍କୁ ଦେଶ ଛାଡି ଚାଲିଯିବାକୁ ଡେଡଲାଇନ ମଧ୍ୟ ଦେଇଛନ୍ତି ଅମିତ ଶାହା । ବିଜେପି ସପକ୍ଷରେ ଭୋଟ ଦେବାକୁ ଅପିଲ କରିବା ସହ ଅମିତ କହିଛନ୍ତି, ଛାଡଖଣ୍ଡବାସୀଙ୍କ ଭୋଟ ରାଜ୍ୟକୁ ବିକାଶ ପଥରେ ଆଗେଇ ନେବ ନଚେତ ନକ୍ସଲବାଦ ଆଡକୁ । ଦେଶବାସୀ ଯେପରି ଆତଙ୍କବାଦୀ ନିପାତ ହୁଅନ୍ତୁ ବୋଲି ଚାହୁଁଛନ୍ତି ଝାଡଖଣ୍ଡବାସୀ ମଧ୍ୟ ନକ୍ସଲବାଦରୁ ମୁକ୍ତ ହେବାକୁ ଚାହୁଁଛନ୍ତି ।

ଦୀର୍ଘ ଦିନ ଧରି ଏଠାରେ ନିରୀହ ଆଦିବାସୀଙ୍କ ଉପରେ ଅତ୍ୟାଚାର କରାଯାଉଛି । ଯେଉଁ ଆଦିବାସୀ ନିଜର ହକ୍ ପାଇଁ ସ୍ୱର ଉତ୍ତୋଳନ କରୁଛନ୍ତି ସେମାନଙ୍କ ଉପରେ ଗୁଳି ଚଳାଯାଉଛି । ଯେଉଁଥିପାଇଁ ଖଣିଜ ସମ୍ପଦରେ ଭରପୂର ଥିବା ଝାଡଖଣ୍ଡ ବିକାଶ ଠାରୁ ବହୁ ଦୂରରେ ରହିଛି ।  ତେଣୁ ରାଜ୍ୟର ବିକାଶ ପାଇଁ ବିଜେପିକୁ ଭୋଟ କରିବାକୁ ଅପିଲ କରିଛନ୍ତି ଅମିତ ।