ଚୁପ୍ ରହିଲେ ଚାଣକ୍ୟ ! ପ୍ରଶ୍ନ ଆସିଲା ହେଲେ ମିଳିଲାନି ଉତ୍ତର

52

କନକ ବ୍ୟୁରୋ : ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉପରେ ଚୁପ୍ ରହିଥିଲେ । କହିବାକୁ ଚାହିଁ ନଥିଲେ ନବୀନ ପଟ୍ଟନାୟକଙ୍କୁ ଟକ୍କର ଦେବା ପାଇଁ ୨୦୧୯ରେ କେଉଁ ଚେହେରାକୁ ବାଛିବ କେନ୍ଦ୍ରୀୟ ନେତୃତ୍ୱ ।

amit sahaଅମିତ ଶାହାଙ୍କ ସାମ୍ବାଦିକ ସମ୍ମିଳନୀରୁ ଅନେକ ଉତ୍ତର ଆଶା କରାଯାଉଥିଲେ ବି ରାଜନୈତିକ ଦୃଷ୍ଟିରୁ ସମ୍ବେଦନଶୀଳ ପ୍ରସଙ୍ଗକୁ ଚତୁରତାର ସହ ଏଡାଇଗଲେ ବିଜେପିର ଚାଣକ୍ୟ । ୨୦୧୯ରେ ଯୁବ ନେତୃତ୍ୱ ବିଜେପି ମଙ୍ଗ ଧରିବେ ବୋଲି ଦୃଢୋକ୍ତି ଦେଖାଉଥିବା ବେଳେ ମିଶନ ୧୨୦ ପ୍ଲସର ସେନାପତି କିଏ ହେବ, ସେନଇ ଚୁପ ରହିଥିଲେ ଅମିତ ଶାହା ।

ସେହିଭଳି କିଛି ଦିନ ଆଗରୁ ଇଣ୍ଡିଆ ଟୁଡେରେ ବାହାରିଥିବା ରିପୋର୍ଟ ଉପରେ ବି ମାପିଚୁପି ମନ୍ତବ୍ୟ ଦେଇଥିଲେ ଅମିତ ଶାହା । ସୋମନାଥ ନାଥ, କାଶୀ ବିଶ୍ୱନାଥ ଧାମ ପରେ ମୋଦି ଜଗନ୍ନାଥ ଧାମ ଅର୍ଥାତ୍ ପୁରୀରୁ ଆଗାମୀ ନିର୍ବାଚନ ଲଢିପାରନ୍ତି ବୋଲି ରିପୋର୍ଟ ବାହାରିଥିଲା । ହେଲେ ଏହାକୁ ନେଇ ମାପିଚୁପି ବୟାନ ରଖିଥିଲେ ଶାହା ।

ରାଜ୍ୟ ରାଜନୈତିକ ଦୃଶ୍ୟପଟ୍ଟରେ କଂଗ୍ରେସ ଶକ୍ତିଶାଳୀ ହେଲେ ବିଜେପିର ସ୍ଥିତି କଣ ହେବ? କାରଣ ପଂଚାୟତ ନିର୍ବାଚନରେ କଂଗ୍ରେସର ବହୁ ଭୋଟ ବିଜେପି ଖାତାକୁ ଆସିଥିଲା । ତେବେ ଶାହା ରାଜ୍ୟ ରାଜନୀତିର ଗଣିତକୁ ନେଇ ଉତ୍ତର ଦେବା ବଦଳରେ ଜାତୀୟ ଦୃଶ୍ୟପଟ୍ଟକୁ ଆୟୁଧ କରି ବେଶ ଚଚ୍ଛୁରତାର ସହ ଏହା ଭିତରୁ ବାହାରି ଗଲେ ।

ସାଧାରଣତଃ ରାଜନୈତିକ ଦଳ ନିଜ ରଣନୀତି ଗଣମାଧ୍ୟମ ସାମ୍ନାରେ ରଖିନଥାନ୍ତି, ହେଲେ ଯେଉଁ ୧୨୦ ଆସନ କଥା କୁହାଯାଉଛି, ସେଥିରେ ବିନା ସେନାପତିରେ ଏହା ହାସଲ କରିବା କିଭଳି ସମ୍ଭବ ତାକୁ ନେଇ ଏବେ ଚର୍ଚ୍ଚା । ରାଜନୈତିକ ବାଧ୍ୟବାଧ୍ୟକତା ଅନେକ ସମୟରେ ଦଳୀୟ ନିଷ୍ପତ୍ତିକୁ ଝୁଲାଇ ରଖିଥାଏ । ଏହାର ଅନେକ ନଜିର ମଧ୍ୟ ରହିଛି । ବୋଧହୁଏ ବିଜେପିର ଚାଣକ୍ୟ ଯେଉଁ ଆଧାର ବଳରେ ୧୨୦ ସଂଖ୍ୟା କଥା କହୁଛନ୍ତି, ତାର କାର୍ଡକୁ ଗଣମାଧ୍ୟମ ସାମ୍ନାରେ ଖୋଲିବାକୁ ଚାହୁଁନାହାନ୍ତି ।