କନକ ବ୍ୟୁରୋ: ମହାମାରୀ କରୋନା ସମୟରେ ଯେଉଁଟି ମଣିଷମାନେ ଚାରି କାନ୍ଥ ଭିତରେ ଏକପ୍ରକାର ବନ୍ଦୀ ଜୀବନ କାଟୁଛନ୍ତି ସେହି ସମୟରେ ରାସ୍ତାଘାଟରେ ଘୁରିବୁଲୁଛନ୍ତି ବିଭିନ୍ନ ବନ୍ୟପ୍ରାଣୀ,ହ୍ରିଂସ ଜୀବଜନ୍ତୁ । ଏଭଳି କିଛି ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ।
ଏବେ ସାମ୍ନାକୁ ଆସିଛି ଆଉ ଏକ ନୂଆ ଭିଡିଓ । ଯେଉଁଠି କଲରା ପତରିଆ ବାଘ ରାସ୍ତାକଡରେ ଶୋଇଥିବା ଦେଖିବାକୁ ମିଳିିଛି । ଏହି ଭିଡିଓ ହେଉଛି ହାଇଦ୍ରାବାଦର ରଙ୍ଗାରେଡ୍ଡୀ ଜିଲ୍ଲାର । ଏହି ରାସ୍ତା ଦେଇ ଯାଉଥିବା ଲୋକେ ବାଘକୁ ଦେଖି ଭୟଭୀତ ହୋଇପଡିଥିଲେ । ତୁରନ୍ତୁ ବନ ବିଭାଗକୁ ସୂଚନା ଦିଆଯିବା ପରେ ବାଘକୁ ରାସ୍ତା କଡରୁ ଧରାଯାଇଥିଲା । ବାଘ ଆହତ ହୋଇ ସହରର କିଛି ସ୍ଥାନ ଘୁରିବୁଲିବା ପରେ ରାସ୍ତା କଡରେ ଶୋଇ ପଡିଥିବା ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି । ରାସ୍ତାକଡରୁ ଉଦ୍ଧାର ବାଘର ବର୍ତମାନ ଚିକିିତ୍ସା ଚାଲିଛି ।
ସେପଟେ ବେଙ୍ଗାଲୁରର କୋଡାଗୁ ଜିଲ୍ଲାରେ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ତିଟିମିଟି ଜଙ୍ଗଲ ଇଲାକାରଠୁ କିଛି ଦୂରରେ ଥିବା ଜନବସତି ଅଂଚଳରେ ବାଘ ପଶି ଆସିଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ତେବେ ଜଙ୍ଗଲୀ ଜନ୍ତୁ ଏମିତି ଜନବସତି ମୁହାଁ ହେବ କିଛି ନୂଆ କଥା ନୁହେଁ । କିନ୍ତୁ କରୋନା ମୁକାବିଲା ସମୟରେ ଯେତେବେଳେ ସାରା ଦେଶରେ ତାଲା ପଡ଼ିଛି ସେତିକିବେଳେ ଜନବସତି ମୁହାଁ ହେଉଛନ୍ତି ଜଙ୍ଗଲୀ ଜନ୍ତୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/05/25-6.jpg)