ଆମେଠୀରେ ପ୍ରିୟଙ୍କାଙ୍କ ନାଁରେ ଲାଗିଲା ପୋଷ୍ଟର ! ଲେଖିଲେ , “ଦେଖ ନିର୍ବାଚନ ପିନ୍ଧିଲା ଶାଢି ଆଉ ଚଳିବନି ହୋଶିଆରୀ” ।
କଂଗ୍ରେସ ମହାସଚିବ ତଥା ପୂର୍ବ ଉତ୍ତରପ୍ରଦେଶର ଭାର ସମ୍ଭାଳିଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆମେଠୀ ପହଂଚିବା ପୂର୍ବରୁ ପୋଷ୍ଟର ୱାର୍ ଆରମ୍ଭ ହୋଇଯାଇଥିଲା । ତାଙ୍କ ବିରୋଦ୍ଧରେ ମୁସାବିର୍ ଖାନା ଠାରେ ପୋଷ୍ଟର ଲାଗିଥିଲା । ଯେଉଁଥିରେ “ଭଲ ଠକୁଛ କାହିଁକି ୫ ବର୍ଷ ପରେ ଆମେଠୀକୁ ଆସୁଛ , ଷାଠିଏ ବର୍ଷର ହିସାବ ଦିଅ” ବୋଲି ଲେଖାହୋଇଛି । ପୋଷ୍ଟରରେ ଲେଖାହୋଇଛି , “ଦେଖ ନିର୍ବାଚନ ପିନ୍ଧିଲା ଶାଢି ଆଉ ଚଳିବନି ହୋଶିଆରୀ” । ଏହି ପୋଷ୍ଟରରେ ସପା ଛାତ୍ରସଭା ନେତା ଜୟସିଂହ ପ୍ରତାପ ଯାଦବଙ୍କ ଫଟୋ ଲାଗିଛି । ଯେଉଁଥିପାଇଁ ସେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପାଖରେ ପତ୍ର ଲେଖି ଅଭିଯୋଗ କରିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଆପଣଙ୍କୁ କହିରଖୁଛୁ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବୁଧବାର ଅମେଠୀରେ ମେରା ବୁଥ୍ ମେରା ଗୌରବ କାର୍ଯ୍ୟକ୍ରମ ମାଧ୍ୟମରେ ବୈଠକ କରିଛନ୍ତି । ଏହି ସମୟରେ ଆମେଠୀ ଲୋକସଭାର ୧୯୫୩ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିବେ । ପ୍ରିୟଙ୍କାଙ୍କ ଏହି କାର୍ଯ୍ୟକ୍ରମ ମୁସାଫିରଖାନାର ଏଏଚ୍ ଇଣ୍ଟର କଲେଜରେ ହେବ । ଏହା ପୂର୍ବରୁ ସେ ପ୍ରୟାଗରାଜର କାଶୀ ଠାରୁ ବୋଟ୍ ଯାତ୍ରା କରିଥିଲେ ।