ଆମେରିକା ସହ ବାଣିଜ୍ୟ ଯୁଦ୍ଧ ମଧ୍ୟରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ନିଜ ସମକକ୍ଷ ଡୋନାଲଡ ଟ୍ରମ୍ପଙ୍କ ଉପରେ ପରୋକ୍ଷ ଭାବେ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତିରେ କୌଣସି ବି ଦେଶ ଅଲଗା ରହିପାରିବ ନାହିଁ । ସାରା ବିଶ୍ୱ ପାଇଁ ନିଜ ଦ୍ୱାରା ବନ୍ଦ କରିପାରିବ ନାହିଁ । ଚୀନ ରାଷ୍ଟ୍ରପତିଙ୍କ ଏହି ବୟାନ ଟ୍ରମ୍ପଙ୍କ ଦ୍ୱାରା ଚୀନ ଉତ୍ପାଦ ଉପରେ ବଢାଯାଇଥିବା ଉତ୍ପାଦ ଶୁଳ୍କ ପରେ ଆସିଛି । ଗତ ସପ୍ତାହରେ ଟ୍ରମ୍ପ ସରକାର ଚୀନ ସାମଗ୍ରୀ ଉପରେ ଉତ୍ପାଦ ଶୁଳ୍କ ବଢ଼ାଇଦେଇଥିଲେ। ଏହାକୁ ନେଇ ବିଗିଡିଯାଇଥିଲା ଚୀନ ।
ଏହି ପ୍ରସଙ୍ଗକୁ ଟାର୍ଗେଟ କରି ଜିନପିଙ୍ଗ କହିଛନ୍ତି ଯେ ଯଦି କୌଣସି ଦେଶ ନିଜକୁ ଅଲଗା କରେ ଓ ଅନ୍ୟ ଦେଶ ମାନଙ୍କ ପାଇଁ ତାହାର ଦ୍ୱାର ବନ୍ଦ ରଖେ ସେହି ଦେଶ ନିଜେ ହିଁ ନିଜର ଜୀବନ୍ତତା ହରାଇବସିବ। ସେ କହିଛନ୍ତି କୌଣସି ସଭ୍ୟତା ଅନ୍ୟ କୌଣସି ସଭ୍ୟତାଠାରୁ ସର୍ବଶ୍ରେଷ୍ଠ ହୋଇନଥାଏ । ଆଉ ନିଜକୁ ସର୍ବଶକ୍ତିମାନ ଭାବୁଥିବା ଦେଶ ପାଇଁ ଏହା ମୁର୍ଖତା ବୋଲି ଜିନପିଙ୍ଗ କହିଛନ୍ତି । ଏଠାରେ ସୂଚନା ଥାଉ କି ଚୀନରୁ ଆମେରିକାକୁ ଆସୁଥିବା ପ୍ରାୟ ୪ହଜାର ପ୍ରକାରର ସାମଗ୍ରୀ ଉପରେ ଶୁଳ୍କ ବଢ଼ାଇଦିଆଯାଇଛି ।
ଏସବୁ ସାମଗ୍ରୀ ଉପରେ ପାଖାପାଖି ୨୫ ପ୍ରତିଶତ ଟ୍ୟାକ୍ସ ଲଗାଯାଇଛି ,ଯାହାଦ୍ୱାରା ଚୀନ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ଘଟିବ । କାରଣ ଆମେରିକାରେ ଚୀନ ସାମଗ୍ରୀର ଏକ ବଡ ବଜାର ରହିଛି । ପ୍ରାୟ ନିତ୍ୟବ୍ୟବହାର୍ୟ୍ୟ ସାମଗ୍ରୀ ଉପରେ ଶୁଳ୍କ ବଢିବା ଦ୍ଵାରା ଉପଭୋକ୍ତା ଏ ସବୁକୁ କିଣି ନ ପାରନ୍ତି ଯାହାକୁ ନେଇ ଖପ୍ପା ହୋଇଯାଇଛି ଚୀନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/05/Donald-Trump-Xi-Jinpingmeeting-North-Korea-nuclear-weapons-Kim-Jong-un-791214.jpg)
/kanak/media/post_attachments/wp-content/uploads/2019/05/Donald-Trump-and-Xi-Jinping-300x200.jpg)
/kanak/media/post_attachments/wp-content/uploads/2019/05/001ec949c22b137d4d720c-300x182.jpg)