ମାଲକାନଗିରିରେ ଆମ୍ବୁଲେନ୍ସ ସେବା ଅଚଳ: ଗାଡି ଗଡିବାକୁ ମିଳୁନି ତେଲ

୧୦୮ଆମ୍ବୁଲାନ୍ସ ସେବା ଯୋଗାଉଥିବା ଜେଡଏଚଏଲ କମ୍ପାନୀ ଡିଜେଲ ପାଇଁ ଟଙ୍କା ଦେଉନଥିବା ଅଭିଯୋଗ

96

କନକ ବ୍ୟୁରୋ: ମାଲକାନଗିରିରେ ଠପ୍ ହୋଇଯାଇଛି ଆମ୍ବୁଲାନ୍ସ ସେବା । ତେଲ ନଥିବାରୁ ଜିଲ୍ଲାରେ ଗଡୁନି ୧୦୮ ଆମ୍ବୁଲାନ୍ସ ଗାଡି । ୧୦୮ ଆମ୍ବୁଲାନ୍ସ ସେବା ଯୋଗାଉଥିବା ଜେଡ୍.ଏଚ୍.ଏଲ କମ୍ପାନୀ ତେଲ ପାଇଁ ଟଙ୍କା ଦେଉନଥିବା ଅଭିଯୋଗ କରିଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର ।

ambulance
image courtesy – www.news.lk

ଏମିତି କି କମ୍ପାନୀ ପକ୍ଷରୁ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ମିଳିଥିବା ଫୁଏଲ କାର୍ଡରେ ବି ଟଙ୍କା ନଥିବା ଜଣାପଡିଛି । ଫୁଏଲ କାର୍ଡ ନେଇ ଡ୍ରାଇଭର ୧୦୮ ଆମ୍ବୁଲାନ୍ସରେ ତେଲ ପାକାଇବା ପାଇଁ ଟାଙ୍କିକୁ ଯାଇ ଫେରୁଥିବା କହିଛନ୍ତି । ତେଲ ନଥିବାରୁ ଜିଲ୍ଲାର ସବୁ ୧୦୮ ଆମ୍ବୁଲାନ୍ସ ଏବେ ଜିଲ୍ଲା ସଦର ମହୁକମାରେ ଠିଆ ହୋଇଛି ।

Comments are closed.