କନକ ବ୍ୟୁରୋ: ମାଲକାନଗିରିରେ ଠପ୍ ହୋଇଯାଇଛି ଆମ୍ବୁଲାନ୍ସ ସେବା । ତେଲ ନଥିବାରୁ ଜିଲ୍ଲାରେ ଗଡୁନି ୧୦୮ ଆମ୍ବୁଲାନ୍ସ ଗାଡି । ୧୦୮ ଆମ୍ବୁଲାନ୍ସ ସେବା ଯୋଗାଉଥିବା ଜେଡ୍.ଏଚ୍.ଏଲ କମ୍ପାନୀ ତେଲ ପାଇଁ ଟଙ୍କା ଦେଉନଥିବା ଅଭିଯୋଗ କରିଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର ।
image courtesy - www.news.lkଏମିତି କି କମ୍ପାନୀ ପକ୍ଷରୁ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ମିଳିଥିବା ଫୁଏଲ କାର୍ଡରେ ବି ଟଙ୍କା ନଥିବା ଜଣାପଡିଛି । ଫୁଏଲ କାର୍ଡ ନେଇ ଡ୍ରାଇଭର ୧୦୮ ଆମ୍ବୁଲାନ୍ସରେ ତେଲ ପାକାଇବା ପାଇଁ ଟାଙ୍କିକୁ ଯାଇ ଫେରୁଥିବା କହିଛନ୍ତି । ତେଲ ନଥିବାରୁ ଜିଲ୍ଲାର ସବୁ ୧୦୮ ଆମ୍ବୁଲାନ୍ସ ଏବେ ଜିଲ୍ଲା ସଦର ମହୁକମାରେ ଠିଆ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/06/AMBULANCE.jpg)