ଆମାଜନର ନୂଆ ସର୍ଭିସ୍ ! ଏଣିକି ୨ ଘଣ୍ଟା ମଧ୍ୟରେ ନିଜ ପାଖରେ ପହଂଚି ଯିବ ନିଜ ମନପସନ୍ଦର ସାମଗ୍ରୀ

227

କନକ ବ୍ୟୁରୋ : ଇ-କମର୍ସ କମ୍ପାନୀ ଆମାଜନର ଗ୍ରାହକମାନଙ୍କ ପାଇଁ ଆଣିଛି ନୂଆ ସର୍ଭିସ । ଯଦି ଆପଣ ଆମାଜନରୁ ସପିଙ୍ଗ କରିବାକୁ ଚାହୁଁଛନ୍ତି ତାହେଲେ କେବଳ ୨ଘଂଟା ଭିତରେ ଆପଣଙ୍କ ପାଖରେ ପହଁଚିଯିିବ ଆପଣଙ୍କ ମନ ପସନ୍ଦର ଜିନିଷ । ଆମାଜନ ଫ୍ରେସ ଷ୍ଟୋର ନାଁରେ ଏହି ନୂଆ ସର୍ଭିସ ଆରମ୍ଭ ହୋଇଛି । ଏହି ସର୍ଭିସ ଆଧାରରେ ଅର୍ଡର କରିବାର ୨ଘଂଟା ଭିତରେ ଆପଣ ଆପଣଙ୍କ ମନପସନ୍ଦର ଜିନିଷ ପାଇପାରିବେ । କିନ୍ତୁ ଏଥିରେ କେବଳ ଆପଣ ଗ୍ରୋସରି ଓ ଖାଦ୍ୟ ସାମଗ୍ରୀ ଯଥା ଫଳ,ପନିପରିବା, କ୍ଷୀର ଜାତୀୟ ଦ୍ରବ୍ୟ, ମାଂସ,ଆଇସକ୍ରିମ,ପ୍ୟାକେଟ ଖାଦ୍ୟ, ପର୍ସନଲ କେୟାର ଓ ହୋମକେୟାର ସମାଗ୍ରୀ ହିଁ ମଗାଇପାରିବେ । ଏହାଛଡା ଅନ୍ୟ ଜିନିଷ ପାଇଁ ଆପଣ ଏହାକୁ ବ୍ୟବହାର କରିପାରିବେ ନାହିଁ ।

ସକାଳ ୬ଟାରୁ ରାତି ୧୨ଟା ଯାଏ ହୋମ ଡେଲିଭରିର ସୁବିଧା ରହିଛି । ଗ୍ରାହକମାନଙ୍କ ଚାହିଦାକୁ ନଜରରେ ରଖି ଏହି ସର୍ଭିସ ଲାଗୁ କରିଛି ଆମାଜନ। ଆପଣ ଯେକୌଣସି ଜିନିଷ ଅର୍ଡର କଲେ ଡେଲିଭର ଚାର୍ଜେସ ବାବଦକୁ ୪୯ଟଙ୍କା ଲାଗିବ । ଅପାଣ ଯଦି ୬ଶହ ଟଙ୍କା ଉପରକୁ ସପିଙ୍ଗ କରୁଛନ୍ତି ତାହେଲେ କୌଣସି ଚାର୍ଜେସ ଲାଗିବ ନାହିଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।