ଇ-କମର୍ସ କମ୍ପାନି ଆମାଜନ୍‌ ରବିବାର ତା’ର ଗ୍ରେଟ୍‌ ଇଣ୍ଡିଆ ଫେଷ୍ଟିଭାଲ୍‌ ସେଲିବ୍ରେସନ୍‌ ଅଫର୍‌ ଘୋଷଣା କରିଛି। ଏହା ମାଧ୍ୟମରେ ଗ୍ରାହକମାନେ ସ୍ମାର୍ଟଫୋନ୍‌, ଲାପ୍‌ଟପ୍‌, କ୍ୟାମେରା , ଟିଭି ଆଦିରେ ସ୍ୱତନ୍ତ୍ର ଅଫର୍‌ ପାଇପାରିବେ।

Advertisment

ଆମାଜନର ନୂଆ ପାର୍ବଣ ବିକ୍ରି ଅକ୍ଟୋବର ୧୩ରୁ ଆରମ୍ଭ ହୋଇଯାଇଛି। ୧୩ ତାରିଖ ରାତି ୧୧.୫୯ରୁ ୧୭ ତାରିଖ ମଧ୍ୟରେ ଏହି ଅଫର୍‌ ଉପଲବ୍ଧ ହେବ। ପ୍ରାଇମ୍‌ ମେମ୍ବରମାନେ ରବିବାର ମଧ୍ୟାହ୍ନ ୧୨ଟାରୁ ଏହି ଅଫରର ଲାଭ ଉଠାଇଛନ୍ତି। ଏହି ଅଫର୍‌ ମାଧ୍ୟମରେ ଆମାଜନ୍‌ ଭିନ୍ନ ଭିନ୍ନ ବ୍ରାଣ୍ଡର ସ୍ମାର୍ଟଫୋନ୍‌ ଉପରେ ୪୦ ପ୍ରତିଶତ ରିହାତି ପ୍ରଦାନ କରୁଛି।

ମାଗଣାରେ ସ୍କ୍ରିନ୍‌ ବଦଳାଇବାରୁ ନେଇ ଆକର୍ଷଣୀୟ ଫେରସ୍ତ ବା ବଦଳ ଅଫର୍‌, ଇଏମଆଇ ଆଦି ଏହି ଅଫରରେ ଉପଲବ୍ଧ ହେବ । ଆପଲ, ସାଓମି, ୱାନପ୍ଲସ୍, ସାମସଙ୍ଗ୍, ଭିଭୋ ଆଦି ବ୍ରାଣ୍ଡରେ ଏହି ଅଫର୍ ପାଇପାରିବେ ଗ୍ରାହକ । ଏହାଛଡା ଏଚପି, କ୍ୟାନନ୍, ଲେନୋଭୋ ଭଳି ବଛାବଛା ୨୦୦ ବ୍ରାଣ୍ଡ ଉପରେ ମଧ୍ୟ ଅଫର ପ୍ରଦାନ କରିବ ଆମାଜନ୍ ।