ରାଜ୍ୟସଭା ୩ଟି ଆସନ ପାଇଁ ଆଜି ଦାଖଲ ହେବ ପ୍ରାର୍ଥୀପତ୍ର । ନାମାଙ୍କନ ଭରିବେ ବିଜେଡିର ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ର
ବିଜେଡି ସମର୍ଥିତ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଦାଖଲ କରିବେ ପ୍ରାର୍ଥୀପତ୍ର
କନକ ବ୍ୟୁରୋ: ରାଜ୍ୟସଭା ୩ଟି ଆସନ ପାଇଁ ଆଜି ଦାଖଲ ହେବ ପ୍ରାର୍ଥୀପତ୍ର । ବିଜେଡିର ଦୁଇ ପ୍ରାର୍ଥୀ ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ର ପ୍ରାର୍ଥୀପତ୍ର ଦାଖଲ କରିବେ । ସେହିପରି ବିଜେଡି ସମର୍ଥିତ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ସୂଚନା ରହିଛି । ଦିନ ୧୨ଟାରୁ ୨ଟା ଭିତରେ ବିଜେଡିର ଦୁଇ ପ୍ରାର୍ଥୀ ନାମାଙ୍କନ ଭରିବେ ବୋଲି ଜଣାପଡ଼ିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏଥିପାଇଁ ଦୁଇ ଜଣଯାକ ଦିନ ୧୦ଟା ୩୦ ସୁଦ୍ଧା ବିଧାନସଭା ବିଧି ପ୍ରକୋଷ୍ଠରେ ପହଂଚି ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ କରି ରାଜ୍ୟସଭା ପ୍ରାର୍ଥୀତ୍ୱ ବାବଦରେ ୧୦ ହଜାର ଟଙ୍କା ଲେଖାଏଁ ଦାଖଲ କରିବେ । ପରେ ପରେ ଦଳ ତରଫରୁ ନିର୍ଦ୍ଧିାରିତ ହୋଇଥିବା ସମୟରେ ବିଧାନସଭା ପରିସରରେ ଥିବା ଅଭ୍ୟର୍ଥନା କକ୍ଷରେ ରିଟର୍ଣ୍ଣି ଅଫିସରଙ୍କ ପାଖରେ ଉଭୟ ଅମର ଓ ସସ୍ମିତ ପ୍ରାର୍ଥୀପତ୍ର ଦାଖଲ କରିବେ । ସେହିପରି ଅଶ୍ୱିନୀ ବୈଷ୍ଣବ ମଧ୍ୟ ଆଜି ନାମାଙ୍କନ ଭରିବେ ।