ଯୁବ ସ୍ୱାଭିମାନ ଦିବସରେ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବୃକ୍ଷରୋପଣ: ଆମ ଓଡିଶା କ୍ୟାମ୍ପସରେ ଗଛ ଲଗାଇଲେ ବିଧାୟକ ତଥା ସମ୍ବାଦ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ

ଆମ ଓଡିଶା ପକ୍ଷରୁ ରାଜ୍ୟର ୫୩ଟି ସ୍ଥାନରେ ଚାଲିଛି ରକ୍ତଦାନ ଶିବିର

208

କନକ ବ୍ୟୁରୋ: ଆଜି ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଜନ୍ମଦିନ । ସମ୍ବାଦ ଓ ଆମ ଓଡିଶା ପକ୍ଷରୁ ଏହି ଜନ୍ମଦିନକୁ ଯୁବ ସ୍ୱାଭିମାନ ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ଆଜି ରାଜ୍ୟବ୍ୟାପୀ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି । ଭୁବନେଶ୍ୱର, କଟକ, ବଲାଙ୍ଗୀର, ସମ୍ବଲପୁର, ଯାଜପୁର ଓ ବ୍ରହ୍ମପୁରରେ ବହୁ ସଂଖ୍ୟାରେ ଲୋକ ଯୋଗଦେଇ ରକ୍ତଦାନ କରିଛନ୍ତି । ସମ୍ବଲପୁରର ୪ଟି ସ୍ଥାନରେ ରକ୍ତଦାନ ଶିବିର ହୋଇଥିଲା ।

ସମ୍ବଲପୁର ସଂସ୍କରଣ ଅଫିସରେ ହୋଇଥିବା ଶିବିରରେ ବହୁ ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରି ରକ୍ତଦାନ କରିଥିଲେ । ଯାଜପୁରର ରକ୍ତଦାନ ଶିବିରରେ ସହୀଦ ଭଗତ ସିଂ ଯୁବକ ସଂଘର ସଦସ୍ୟ ମାନେ ଉପସ୍ଥିତ ରହି ରକ୍ତଦାନ କରିଥିଲେ । ଏଥିସହିତ ବିଭିନ୍ନ ସଂଗଠନର କର୍ମକର୍ତା,ସ୍ୱେଚ୍ଛାସେବୀ ଯୋଗ ଦେଇ ଆମ ଓଡିଶାର ଏଭଳି ଉଦ୍ୟମକୁ ପ୍ରଶଂସା କରିଥିଲେ । ବ୍ୟାସନଗର ଅଂଚଳରେ ରକ୍ତର ଅଭାବକୁ ଦୂର କରିବା ପାଇଁ ପ୍ରତ୍ୟେକ ମାସରେ ଏଭଳି ରକ୍ତଦାନ ଶିବିର ଆୟୋଜିତ ହେବ ବୋଲି ଆମ ଓଡିଶା ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟ ସ୍ଥାନରେ ମଧ୍ୟ ରକ୍ତଦାନ ଶିବରର ଆୟୋଜନ କରାଯାଇଛି ।

 

ସେହିପରି ଯୁବ ସ୍ୱାଭିମାନ ଦିବସ ଅବସରରେ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ବିଧାୟକ ତଥା ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇ ବୃକ୍ଷରୋପଣ କରିଥିଲେ । ଏହି ଅବସରରେ ସେ କହିଥିଲେ, ଯେଉଁ କାର୍ଯ୍ୟକ୍ରମକୁ ଆମ ବନ୍ଧୁମାନେ କରିଆସିଛନ୍ତି ତାହା ଅତ୍ୟନ୍ତ ଆନନ୍ଦ ଓ ଗର୍ବ ଅନୁଭବ କରିବାକୁ ସୁଯୋଗ ଦେଇଛି । ଚଳିତବର୍ଷ ସାରା ବିଶ୍ୱରେ ପରିବେଶ ବିଷୟରେ ସମସ୍ତେ ଚିନ୍ତା ପ୍ରକଟ କରିଛନ୍ତି । ଆମେ ମଧ୍ୟ ଅଧିକ ଗଛ ଲଗାଇ ପରିବେଶ ସୁରକ୍ଷା ପାଇଁ ଯୋଜନା କରିଛୁ । ଏହି ଆହ୍ୱାନକୁ ଆମଓଡିଶା, ସାହିତ୍ୟ ଘର ଓ ସମ୍ବାଦ ପରିବାର ଗ୍ରହଣ କରୁଛୁ । ଏ ବର୍ଷ ଆରମ୍ଭରୁ ସାହିତ୍ୟ ଘରର ବନ୍ଧୁମାନେ ଗଛ ଲଗାଇବା କାର୍ଯ୍ୟକ୍ରମ କରିଛନ୍ତି ।