ବାଦାମ ସେବନ ଦ୍ୱାରା ଶରୀରକୁ ମିଳିତାଏ ଅନେକ ଫାଇଦା ! ଜାଣନ୍ତୁ କିପରି ଏବଂ କେଉଁ ସମୟରେ ଖାଇବା ଆବଶ୍ୟକ ।
ବାଦାମ ଖାଇଲେ ଶରୀରକୁ ଅନେକ ଫାଇଦା ମିଳିଥାଏ । ଏକ ଅଧ୍ୟୟନରୁ ଜଣାପଡିଛି ପ୍ରାତଃ ଭୋଜନରେ ବାଦାମ ସେବନ କରିବା ଦ୍ୱାରା କୋଲେଷ୍ଟର କମ ହେବା ସହିତ ବ୍ଲଡ ଶୁଗାର ମଧ୍ୟ ନିୟନ୍ତ୍ରୀତ ହୋଇଥାଏ । ଆମେରିକାର କ୍ୟାଲିଫୋର୍ନିୟା ୟୁନିଭରସିଟିର ବିଶେଷଜ୍ଞଙ୍କ କହିବା ଅନୁସାରେ କଲେଜରେ ପାଠ ପଢୁଥିବା ଅଧିକାଶଂ ଛାତ୍ର ପ୍ରାତଃ ଭୋଜନ କରିନଥାନ୍ତି । କିନ୍ତୁ ଧ୍ୟାନ ରଖିବା କଥା ଏହିକି ଯେ, ପ୍ରାତଃ ଭୋଜନ କରିବା ଦ୍ୱାରା ବ୍ଲଡ ଶୁଗାର ଏବଂ ଇଂସୁଲିନ ମେଟାବୋଲିଜ୍ମ ସମେତ କାର୍ଡିଓମେଟାବୋଲିକ ଭଳି ସମସ୍ୟାକୁ ଦୁର କରାଯାଇ ପାରିବ ।
Kanak News is now on WhatsApp
Join and get latest news updates delivered to you via WhatsApp
ବିଶେଷଜ୍ଞ ରୁଡି ଆର୍ଟିଜଙ୍କ କହିବା ଅନୁସାରେ, ଛାତ୍ରମାନଙ୍କ ଉପରେ କରାଯାଇଥିବା ଅଧ୍ୟୟନରୁ ଜଣା ପଡିଛି, ପ୍ରାତଃ ଭୋଜନ କରୁନଥିବା ଛାତ୍ରମାନଙ୍କ ପାଇଁ ସକାଳୁ ବାଦାମ ସେବନ କରିବା ହିତକର ହୋଇଥାଏ । ଏହି ଅଧ୍ୟୟନ ୭୩ ସୁସ୍ଥ ଛାତ୍ରଙ୍କୁ ନେଇ କରାଯାଇଛି । ଏମାନଙ୍କୁ ପ୍ରତିଦିନ ସକାଳୁ ବାଦମ ଖାଇବାକୁ ଦିଆଯାଇଥିଲା । କିଛି ଦିନ ଏପରି କରିବା ପରେ ଅନ୍ୟ ଛାତ୍ରମାନଙ୍କ ଅପେକ୍ଷା ପରିକ୍ଷା କରାଯାଇଥିବା ଛାତ୍ରମାନେ ଅଧିକ ସୁସ୍ଥ ଜଣାପଡିଥିଲେ ।
ବାଦାମର ଉପକାରିତା ।
• ନିୟମିତ ସକାଳୁ ୫ଟି ବାଦାମ ଖାଇବା ସ୍ୱାସ୍ଥ୍ୟ ପ୍ରତି ବେସ ହିତକର ହୋଇଥାଏ । ବାଦାମ ସେବନ କରିବା ଦ୍ୱାରା ଶ୍ମରଣ ଶକ୍ତି ବଢିଥାଏ ।
• ବାଦାମରେ ଫାଇବର ମାତ୍ରା ଖୁବ ଅଧିକ ରହିଛି । ଫାଇବର ଆମ ପାଚନ ପ୍ରକ୍ରିଆକୁ ସୁସ୍ଥ ରଖିଥାଏ । ପାଚନ କ୍ରିଆ ଠିକ ରହିବା ଦ୍ୱାରା କୋଲୋନ କ୍ୟାନ୍ସର ହୋଇନଥାଏ ।
• ବାଦାମରେ କ୍ୟାଲସିୟମର ପରିମାଣ ଅଧିକ ମାତ୍ରାରେ ଥିବାରୁ ହାଡ ମଜଭୁତ କରିଥାଏ ।
କେବଳ ସେତିକି ନୁହେଁ ବାଦାମ ଖାଇବା ଦ୍ୱାରା ଶରୀରକୁ ଅନ୍ୟାନ୍ୟ ଫାଇଦା ମଧ୍ୟ ମିଳିଥାଏ ।