ଆୟୁଷ ଡାକ୍ତରଙ୍କ ଏଲୋପାଥିକ୍ ପ୍ରାକ୍ଟିସକୁ ନେଇ ପ୍ରଶ୍ନ

28

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଏଣିକି ଡାକ୍ତରଖାନାରେ ଅବସ୍ଥାପିତ ଆୟୁଷ ଡାକ୍ତର ଏଲୋପାଥିକ୍ ଔଷଧ ବ୍ୟବହାର  କରିପାରିବେ । ସରକାରଙ୍କ ଏହି ନିଷ୍ପତି ପରେ ସୃଷ୍ଟି ହୋଇଛି ବିବାଦ । ସବୁ ଚିକିତ୍ସା ଧାରାର ନିଜ ନିଜର ସୀମା ରହିଛି । ତେବେ ଜରୁରୀସ୍ଥିତିରେ ଏଲୋପାଥିକ୍ ଔଷଧ ବ୍ୟବହାର କରିବା ଭଳି ସରକାରଙ୍କ ନିଷ୍ପତିକୁ ସ୍ୱାଗତ କରିଛନ୍ତି ଉକ୍ରଳମଣି ହୋମିଓପାଥିକ ମେଡିକାଲ କଲେଜ ଅଧ୍ୟକ୍ଷ । ସେପଟେ ଏହି ନିଷ୍ପତିକୁ ସମାଲୋଚନା କରିଛି ଓମସା । ଏହା ସ୍ୱାସ୍ଥ୍ୟସେବାକୁ  ପ୍ରଭାବିତ କରିବ ଏବଂ ରୋଗୀ ହଇରାଣ ହେବେ ବୋଲି କହିଛନ୍ତି ଓମସା ସଭାପତି ।