ବିଧାୟକ ମୋର ସ୍ୱାମୀ ! ତାଳଚେର ବିଧାୟକ ବ୍ରଜ ପ୍ରଧାନଙ୍କ ନାଁରେ ମହିଳାଙ୍କ ସାଂଘାତିକ ଅଭିଯୋଗ

63

କନକ ବ୍ୟୁରୋ : ତାଳଚେର ପ୍ରଭାବଶାଳୀ ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ବିରୋଧରେ ପ୍ରତାରଣା ଅଭିଯୋଗ ଆଣିଛନ୍ତି ଜଣେ ମହିଳା । ଅଭିଯୋଗ ହୋଇଛି କି ଏପ୍ରିଲ ୦୫, ୨୦୧୫ରେ ପୁରୀରେ ନୟାଗଡ ଅଂଚଳର ମହିଳାଙ୍କୁ ବିବାହ କରିଥିଲେ ବିଧାୟକ ବ୍ରଜ ପ୍ରଧାନ । ଶ୍ରୀମନ୍ଦିର ଲକ୍ଷ୍ମୀ ମନ୍ଦିରରେ ତାଙ୍କ ବିବାହ ହୋଇଥିବା ମହିଳା କଣକ କହିଛନ୍ତି ।

ଏମିତିକି ବିବାହ ପରେ ବିଧାୟକଙ୍କ ସରକାରୀ ବାସଭବନରେ ଉଭୟେ ସ୍ୱାମୀ-ସ୍ତ୍ରୀ ଭାବେ ପ୍ରାୟ ଦେଢ ବର୍ଷ ଧରି ରହିଥିବା ଦାବି କରିଛନ୍ତି । କିନ୍ତୁ ଏବେ ବ୍ରଜ କିଶୋର ପ୍ରଧାନ ତାଙ୍କୁ ଛାଡି ଦେବା ସହ ଜୀବନରୁ ମାରି ଦେବା ପାଇଁ ଧମକ ଦେଉଥିବା ଅଭିଯୋଗ କରିଛନ୍ତି । ଏନେଇ ମହିଳା ଜଣଙ୍କ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିଛନ୍ତି ।

ମହିଳାଙ୍କ କହିବା କଥା ହେଉଛି ୨୦୧୪ ଡିସେମ୍ବର ମାସରେ ଏକ ମିସକଲରୁ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା । ଏମିତିକି ହ୍ୱାଟସ୍ ଆପରେ ଉଭୟଙ୍କ ଭିତରେ ହୋଇଥିବା କିଛି ଅନ୍ତରଙ୍ଗ ମୁହୂର୍ତ୍ତର କଥାକୁ ସାମ୍ନାକୁ ଆଣିଛନ୍ତି ଏହି ମହିଳା ଜଣକ ।

ଏନେଇ କିଛି ଗଣ ମାଧ୍ୟମକୁ ବ୍ରଜ କହିଛନ୍ତି ସେ କେବେ ମଧ୍ୟ କାହାକୁ ବିବାହ କରି ନାହଁନ୍ତି । ଏହା ତାଙ୍କ ବିରୋଧରେ ଷଡଯନ୍ତ୍ର ।

ପୂର୍ବରୁ ବିଧାୟକ ବ୍ରଜ ପ୍ରଧାନଙ୍କ ବିରୋଧରେ ଆସିଥିଲା କାଷ୍ଟିଂ କାଉଚର ଅଭିଯୋଗ । ଆଉ ଏବେ ଏହି ମହିଳାଙ୍କ କହିବା କଥା ତାପରଠାରୁ ତାଙ୍କୁ ଧୋକା ଦେବା ଆରମ୍ଭ କରିଥିଲେ ବିଧାୟକ ।