ମୁଁ ବିଧାୟକଙ୍କ ସ୍ତ୍ରୀ ! ବ୍ରଜ ପ୍ରଧାନଙ୍କ ପତ୍ନି ଦାବି କରି ନବୀନ ନିବାସ ଆଗରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

43

କନକ ବ୍ୟୁରୋ : ନବୀନ ନିବାସ ସମୁଖରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ତାଳଚେର ବିଧାୟକ ବ୍ରଜ ପ୍ରଧାନଙ୍କ ପତ୍ନୀ ବୋଲି ଦାବି କରି ଆସୁଥିବା ଜଣେ ମହିଳା ଆଜି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମୁଖରେ ହାତକାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ମହିଳା ଜଣକ ବାମ ହାତର ଶିରା କାଟିଦେଇଛନ୍ତି । ଗତ କିଛି ମାସ ତଳେ ମହିଳା ଜଣଙ୍କ ବିଧାୟକଙ୍କ ବାସଭବନରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ । ବିଧାୟକ ତାଙ୍କୁ ପୂର୍ବରୁ ବିବାହ କରିଥିଲେ ବୋଲି କହିବା ସହ ପତ୍ନିର ମାନ୍ୟତା ଦାବି କରି ମହିଳା ଜଣଙ୍କ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ ।