ଏକକ ନିର୍ବାଚନକୁ ବିଜେଡିର ପୂର୍ଣ୍ଣ ସମର୍ଥନ । ନବୀନ କହିଲେ, ଦେଶର ବିକାଶ ପାଇଁ ଏକ ସଙ୍ଗେ ହେଉ ନିର୍ବାଚନ ।

କେବଳ ଭାରତ ନୁହେଁ ଏକକ ନିର୍ବାଚନ ପ୍ରଥା ବିଶ୍ୱଦରବାରରେ ପରିଚୟ ସୃଷ୍ଟି କରିପାରିବ । ତେବେ ଦେଶର ଅଧା ଜନସଂଖ୍ୟାକୁ କ୍ଷମତା ସମ୍ପନ ନକରି ଏମିତି କୌଣସି ଦେଶ ବିକାଶ କରିପାରିବ ନାହିଁ ।

493

କନକ ବ୍ୟୁରୋ: ସର୍ବଦଳୀୟ ବୈଠକରେ ଏକକ ନିର୍ବାଚନକୁ ନେଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ରଖିଛନ୍ତି । ବୈଠକରେ ଯୋଗଦେଇ ନବୀନ କହିଛନ୍ତି କି, ଦେଶର ବିକାଶ ପଥରେ ଗତିଶୀଳତା ପାଇଁ ‘ଏକ ଦେଶ ଏକ ନିର୍ବାଚନ’ ପ୍ରସ୍ତାବକୁ ବିଜେଡିର ପୂର୍ଣ୍ଣ ସହମତି ରହିଛି । କାରଣ ସଂଘଟିତ ନିର୍ବାଚନ ଦ୍ୱାରା ଦେଶର ବିକାଶରେ ବାଧା ସୃଷ୍ଟି କରୁଛି । ତେଣୁ ଏକକ ନୀର୍ବାଚନ ହେବା ଅତନ୍ତ୍ୟ ଜରୁରୀ ବୋଲି କହିଛନ୍ତି ନବୀନ ।

ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀରେ ସମ୍ବିଧାନରେ ମୁଖବନ୍ଧରେ ଅହିଂସାକୁ ସ୍ଥାନିତ କରାଯାଉ ବୋଲି ନବୀନ ସର୍ବଦଳୀୟ ବୈଠକରେ ଉକ୍ତି ବାଢ଼ିଛନ୍ତି । ଯାହା ଆଗାମୀ ପୀଢ଼ି ପାଇଁ ଏକ ଶିକ୍ଷା ହେବ । କେବଳ ଭାରତ ନୁହେଁ ଏକକ ନିର୍ବାଚନ ପ୍ରଥା ବିଶ୍ୱଦରବାରରେ ପରିଚୟ ସୃଷ୍ଟି କରିପାରିବ । ତେବେ ଦେଶର ଅଧା ଜନସଂଖ୍ୟାକୁ କ୍ଷମତା ସମ୍ପନ ନକରି ଏମିତି କୌଣସି ଦେଶ ବିକାଶ କରିପାରିବ ନାହିଁ । ବିଜେଡି ପୂର୍ବରୁ ଲୋକସଭା ଏବଂ ବିଧାନସଭାରେ ମହିଳା ସଂରକ୍ଷଣ ବିଲ୍ କୁ ସମର୍ଥନ ଜଣାଇ ଆସିଛି ।

ଅନ୍ୟପଟେ ତୃଣମୂଳସ୍ତରୁ ବିକାଶ କରିପାରିଲେ ଦେଶର ବିକାଶ ହୋଇପାରିବ । ଯେମିତିକି, ଜିଲ୍ଲାସ୍ତରରେ ବ୍ୟାକିଂ, ରେଳ ସେବା ସହ ରାଜ୍ୟକୁ କେନ୍ଦ୍ରର ସହାୟତା ବେଶ୍ ଗୁରୁତ୍ୱ ବହନ କରୁଛି ବୋଲି କହିଛନ୍ତି ନବୀନ । ସେହିଭଳି ବନ ସଂରକ୍ଷଣ ଏବଂ ଦେଶର ଆର୍ଥିକ ଅଗ୍ରଗତି ପରସ୍ପର ପରିପୂରକ ହେତୁ ଏହାକୁ ଗୁରୁତ୍ୱ ଦେବା ଆବଶ୍ୟକ । ସେହିଭଳି ପ୍ରାକୃତିକ ବିପର୍ଯ୍ୟୟକୁ ଗୋଟିଏ ରାଜ୍ୟର ‘ସ୍ୱତନ୍ତ୍ର ଫୋକସ୍ ରାଜ୍ୟ’ ମାନ୍ୟତାର ମାପଦଣ୍ଡ କରାଯାଉ ବୋଲି ସର୍ବଦଳୀୟ ବୈଠକରେ କହିଛନ୍ତି ନବୀନ । ପରିଶେଷର ଦେଶର ବିକାଶ କ୍ଷେତ୍ରରେ ଯାହା ସମ୍ଭବ ବିଜୁ ଜନତା ଦଳ ତାହାକୁ ପୂର୍ଣ୍ଣ ସମର୍ଥନ ଜଣାଇବ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।