କାଲିଠୁ ସଂସଦୀୟ ବଜେଟ୍ ଅଧିବେଶନ । ସର୍ବ ଦଳୀୟ ବୈଠକରେ ସମସ୍ତଙ୍କ ସହଯୋଗ ଲୋଡ଼ିଲେ ପ୍ରଧାନମନ୍ତ୍ରୀ ।

92

କନକ ବ୍ୟୁରୋ: କାଲିଠୁ ସଂସଦର ବଜେଟ ଅଧିବେଶନ ଆରମ୍ଭ । ଏହା ପୂର୍ବରୁ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ବସିଥିଲା ସର୍ବଦଳୀୟ ବୈଠକ । ତେବେ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ଏହି ବୈଠକରେ କଂଗ୍ରେସ ନେତା ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ଗୁଲାମ ନବି ଆଜାଦ, ନାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା, ଟିଏମସି ନେତା ଡେରିକ ଓବ୍ରାଏନ ପ୍ରମୁଖ ଯୋଗଦେଇଥିଲେ ।

ସବୁଠାରୁ ବଡ଼ କଥା ହେଲା କି, ସଂସଦର ବସିବାକୁଥିବା ସଂସଦୀୟ ବଜେଟ୍ ଅଧିବେଶନରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ ଆଗତ ହେବାକୁ ଥିବାବେଳେ ମୋଦୀ ବିପକ୍ଷର ସହଯୋଗ ଲୋଡିଛନ୍ତି । ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୯ ତାରିଖରେ ସବୁ ଦଳର ମୁଖ୍ୟମାନଙ୍କୁ ଭେଟିବେ । ଏହି ଅବସରରେ ଗୋଟିଏ ଦଳ ଗୋଟିଏ ନିର୍ବାଚନ, ୨୦୨୨ରେ ଭାରତ ସ୍ୱାଧୀନତାର ୭୫ ବର୍ଷ ପାଳନ, ମହାତ୍ମା ଗାନ୍ଧିଙ୍କ ଜନ୍ମର ୧୫୦ ବର୍ଷ ପାଳନ ଆଦି ସଂପର୍କରେ ଆଲୋଚନା ହେବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ ସୂଚନା ଦେଇଛନ୍ତି ।