ନାସା ବୈଜ୍ଞାନିକଙ୍କ ବଡ ବୟାନ । କହିଲେ, ପୃଥିବୀ ପୃଷ୍ଠକୁ ବୋଧହୁଏ ଏଲିୟନ ଆସି ସାରିଛନ୍ତି !

1,044

ପୃଥିବୀ ପୃଷ୍ଠକୁ ଏଲିୟନ ଆସିଛନ୍ତି କି ନାହିଁ ସେନେଇ ବୈଜ୍ଞାନିକ ମାନେ ଭିନ୍ନ ଭିନ୍ନ ମତ ଦେଉଛନ୍ତି । ଆଉ ଏସବୁ ଭିତରେ ନାସାର ଜଣେ ବୈଜ୍ଞାନିକ କହିଛନ୍ତି ଯେ, ଏଲିୟନ ପୃଥିବୀ ପୃ୍ଷ୍ଠରେ ବୋଧହୁଏ ବୁଲି ସାରିଛନ୍ତି । ଏହାଛଡା ସେ ଅନୁମାନ କରୁଛନ୍ତି ଯେ, ଏଲିୟନ ପୃଥିବୀ ପୃଷ୍ଠକୁ ଆସିଥାଇପାରନ୍ତି କିନ୍ତୁ ମଣିଷର ନଜରରେ ହୁଏତ ଏହା ଆସିନି । ବୈଜ୍ଞାନିକ ଜଣକ ଏହା ପଛର କାରଣ ମଧ୍ୟ କହିଛନ୍ତି ।

ନାସାର କମ୍ପ୍ୟୁଟର ବୈଜ୍ଞାନିକ ତଥା ପ୍ରଫେସର ସିଲବାନୋ ପି କୋଲବାନୋ ଏକ ରିସର୍ଚ୍ଚ ପେପରରେ ଉଲ୍ଲେଖ କରିଛନ୍ତି ଯେ, ଏଲିୟନକୁ ନେଇ ମଣିଷ ଯେଉଁଭଳି ଭାବିଥାଏ ହୁଏତ ଏଲିୟନ ସେଭଳି ଦେଖା ଯାଉନଥିବେ । ସାଧାରଣତଃ ଫିଲ୍ମରେ ଏଲିୟନକୁ ଯେଉଁଭଳି ଦେଖାଯାଇଥାଏ ମଣିଷ ମଧ୍ୟ ଏଲିୟନକୁ ନେଇ ସେହିଭଳି କିଛି କଳ୍ପନା କରିଥାଏ । ହୁଏତ ଏଲିୟନ ଏହାଠାରୁ ଭିନ୍ନ ହୋଇଥାଇପାରନ୍ତି ।

ପୃଥିବୀ ପୃଷ୍ଠକୁ ଏଲିୟନ ଆସିଥିବା ନେଇ ପି କୋଲବାନୋ ସେଭଳି କୌଣସି ବଳିଷ୍ଠ ପ୍ରମାଣ ଦେଇନାହାନ୍ତି । କିନ୍ତୁ ଏହା କହିଛନ୍ତି ଯେ, ମଣିଷକୁ ନିଜର ଭାବନାର ତରିକାକୁ ବଦଳାଇବାକୁ ପଡିବ ତେବେ ଯାଇ କୌଣସି ଘଟଣାକୁ ଗମ୍ଭୀର ରୂପରେ ଯାଞ୍ଚ କରିପାରିବ । ଏହାସହ ପି କୋଲବାନୋ କହିଛନ୍ତି, ଅତ୍ୟାଧୁନିକ ଜ୍ଞାନକୌଶଳରେ ଏଲିୟନ ମାନେ ମଣିଷ ଠାରୁ ବହୁତ ଆଗରେ ଥାଇପାରନ୍ତି । ଆଉ ଏହାକୁ ନେଇ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା ।

News courtesy : AajTak