ଆଲିବାବାର ଦିନିକିଆ ସେଲ୍ : ୫ ମିନିଟରେ ବିକ୍ରି ହୋଇଗଲା ୨୧ ହଜାର କୋଟି ଟଙ୍କାର ସମାଗ୍ରୀ

ଗତ ବର୍ଷ ୨୪ ଘଣ୍ଟାରେ ୨୫ ବିଲିୟନ୍ ଡଲାରର ଜିନିଷ ବିକ୍ରି ହୋଇଥିଲା

151

ଚୀନର ଇ-କମର୍ସ କମ୍ପାନୀ ଆଲିବାବା ନିଜର ବାର୍ଷିକ ସିଙ୍ଗଲ୍ସ ଡେ ସେଲ୍ ର ଶୁଭାରମ୍ଭ ଧମାକାଦାର ଅନ୍ଦାଜରେ କରିଛି । କମ୍ପାନୀ ସେଲ୍ ପୂର୍ବରୁ ୫ ମିନିଟ୍ ରେ ହିଁ ୩ ବିଲିୟନ୍ ଡଲାର ଅର୍ଥାତ୍ ପାଖାପାଖି ୨୧ ହଜାର କୋଟିର ଜିନିଷ ବିକ୍ରି କଲା । ରବିବାର ଏହି ସେଲ୍ ୨୪ ଘଣ୍ଟା ପାଇଁ ଆରମ୍ଭ ହୋଇଛି ।

ସର୍ବାଧିକ ବିକ୍ରି ଆପଲ ଓ ଶିୟୋମି ଭଳି ଟପ୍ ବ୍ରାଣ୍ଡର ହୋଇଛି । ଆସନ୍ତା ୧ ଘଣ୍ଟାରେ ଏହି ଆକଳନ ୧୦ ବିଲିୟନ ଡଲାରରେ ପହଂଚିଗଲା । ଗତ ବର୍ଷ ବାର୍ଷିକ ସେଲ୍ ସମୟରେ ୨୪ ଘଣ୍ଟାରେ ୨୫ ବିଲିୟନ୍ ଡଲାରର ବିକ୍ରି ହୋଇଥିଲା । ଆଲିବାବାର ସଂସ୍ଥାପକ ଜେକ୍ ମା’ ସେଲ୍ ର କାଉଣ୍ଟଡାଉନ ସମୟରେ ସେଠାରେ ଉପସ୍ଥିତ ଥିଲେ ।

ଆଲିବାବାଙ୍କ ଏହି ଧମାକାଦାର ସେଲ୍ ର କ୍ରେତା ଲସ୍ ଏଂଜେଲସ୍, ଟୋକ୍ୟୋ ଓ ଫ୍ରେଂକଫର୍ଟର ବି ଲୋକ ଥିଲେ । ଲୋକମାନେ ଏହି ସେଲ୍ ରେ ଡାଇପର୍ ଠାରୁ ଆରମ୍ଭ କରି ମୋବାଇଲ୍, ପ୍ରତ୍ୟେକ ଜିନିଷର କିଣାକିଣି କରିଥିଲେ । ବିଶେଷଜ୍ଞଙ୍କ ମୁତାବକ ନିକଟରେ ଚୀନର ଅର୍ଥବ୍ୟବସ୍ଥା ଦୁର୍ବଳ ହୋଯାଇଛି । ଏମିତିରେ ଆଲିବାବାଙ୍କ ଲାଭ ବି କମିଯାଇପାରେ । ଆଲିବାବା ବାର୍ଷିକ ସେଲ୍ ର ଆରମ୍ଭ ବର୍ଷ ୨୦୦୯ରେ କରିଥିଲେ । ଏହାପରେ ପ୍ରତିବର୍ଷ ଲୋକ ଏହି ସେଲ୍ ର ଅପେକ୍ଷାରେ ଥାନ୍ତି ।