ବ୍ୟବସାୟ ଛାଡିଲେ ଚାଇନାର ସବୁଠାରୁ ବଡ ଧନୀ : ଅଲିବାବାର ପ୍ରତିଷ୍ଠାତାଙ୍କ ଅବସର ଘୋଷଣା

50

ବିଶ୍ୱର ପ୍ରସିଦ୍ଧ ଇ-କମର୍ସ କମ୍ପାନୀ ଅଲବାବାର ସଂସ୍ଥାପକ ତଥା ମୁଖ୍ୟ ଜେକ୍ ମା ଅବସର ନେବାକୁ ଘୋଷଣା କରିଛନ୍ତି । ସୋମବାର ଦିନ ସେ କମ୍ପାନୀରୁ ଅବସର ନେବେ । ଅଧିକ ପଢାଇବା ଓ ଲେଖିବା ଲକ୍ଷ୍ୟରେ ସେ ଏହି ପଦକ୍ଷେପ ନେବାକୁ ଘୋଷଣା କରିଛନ୍ତି । ଜେକ୍ ମା କହିଛନ୍ତି, କମ୍ପାନୀର ସିଇଓ ରହିବା ଅପେକ୍ଷା ଲୋକଙ୍କୁ ପଢାଇବା ଭଲ । ଅଲିବାବା ହେଉଛି ଚୀନର ଏକ ବଡ କମ୍ପାନୀ । ଭାରତରେ କମ୍ପାନୀର ୟୁସି ବ୍ରାଉଜର ଓ ୟୁସି ନ୍ୟୁଜ ଆପ୍ ବେଶ ଲୋକପ୍ରିୟ ଅଛି ।

ଜେକ୍ ମାଙ୍କ ମୋଟ ସମ୍ପତ୍ତିର ପରିମାଣ ୨ ଦଶମିକ ୮୮ ଲକ୍ଷ କୋଟି ବୋଲି କୁହାଯାଉଛି । ଜେକ ମା କହିଛନ୍ତି, ସେ ବିଲ ଗେଟସଙ୍କୁ ଅନୁସରଣ କରି ନିଜସ୍ୱ ଫାଉଣ୍ଡେସନ ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି । ଆଉ ଏହି ଫାଉଣ୍ଡେସନ ଶିକ୍ଷା ଉପରେ ଅଧିକ ଧ୍ୟାନ ଦେବ । ୧୯୯୯ ମସିହାରେ ଅଲିବାବା କମ୍ପାନୀ ପ୍ରତିଷ୍ଠା ହେବା ପୂର୍ବରୁ ଜେକ୍ ମା ଇଂରାଜୀରେ ଅଧ୍ୟାପନା କରୁଥିଲେ । ଗତ ସୋମବାର ଦିନ ସେ ୫୪ ତମ ଜନ୍ମଦିନ ବି ପାଳନ କରିଥିଲେ । ବହୁତ କଷ୍ଟରେ ଜେକ୍ ମାଙ୍କ ପିଲାଦିନ କଟିଥିଲା । ବାପା ମା’ ଜେକଙ୍କୁ ବହୁ କଷ୍ଟରେ ପାଠ ପଢାଇଥିଲେ । ଜେକ୍ ମା ହେଉଛନ୍ତି ଚୀନର ସବୁଠାରୁ ଧନୀ ବ୍ୟକ୍ତି । ସେ ଏସିଆର ମଧ୍ୟ ସବୁଠାରୁ ଧନୀ ବ୍ୟକ୍ତି । ନିକଟରେ ରିଲାଏନ୍ସ କମ୍ପାନୀର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ତାଙ୍କୁ ପଛରେ ପକାଇଛନ୍ତି । ଫୋବର୍ସ ମୁତାବକ ଜେକ୍ ମାଙ୍କ ମୋଟ ସମ୍ପତ୍ତି ୩୬.୬ ବିଲିୟନ ଡଲାର ।