କଂଗ୍ରେସ ଏକ ଅହଙ୍କାରୀ ଦଳ ! ଅଖିଳେଶ କହିଲେ, ୨୦୧୯ରେ ହେବ ନାହିଁ କୌଣସି ମହାମେଣ୍ଟ ।

1,308

କଂଗ୍ରେସ ଏକ ଅହଙ୍କାରୀ ଦଳ । ୨୦୧୯ ନିର୍ବାଚନରେ କଂଗ୍ରେସ ଠାରୁ ଦୂରତା ବଜାୟ ରଖିବା ନେଇ ସଙ୍କେତ ଦେଇଛନ୍ତି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ । ଅଖିଲେଶ ସଙ୍କେତ ଦେଇଛନ୍ତି ଯେ, ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ସହ ସମାଜବାଦୀ ପାର୍ଟିର କୌଣସି ଗଠବନ୍ଧନ ହେବ ନାହିଁ । ମଧ୍ୟପ୍ରଦେଶରେ ଜାତୀୟ ଗଣମାଧ୍ୟମକୁ ସୂଚନା ଦେବା ବେଳେ ଅଖିଲେଶ କହିଛନ୍ତି ଯେ, କଂଗ୍ରେସ ଏକ ଅହଙ୍କାରୀ ଦଳ ଅଟେ । ସେମାନେ ଭାବୁଛନ୍ତି ଯେ, ଗଣତନ୍ତ୍ରରେ ସେମାନଙ୍କ ଦଳ ସବୁଠୁ ବଡ ଆଉ ସମସ୍ତେ ଛୋଟ । ସେ ଆହୁରି କହିଛନ୍ତି ଯେ, ଦେଶକୁ ତୃତୀୟ ବିକଳ୍ପର ଆବଶ୍ୟକତା ରହିଛି ।
ଅଖିଲେଶ, କହିଛନ୍ତି, ରୋଟି ସେତେବେଳେ ଭଲ ଭାବେ ସେକା ହୋଇପାରିବ ଯେତେବେଳେ, ଏହାକୁ ବାରମ୍ବାର ପରିବର୍ତ୍ତନ କରାଯିବ । ମଧ୍ୟପ୍ରଦେଶରେ ଗୋଟିଏ ଥର କଂଗ୍ରେସ ଏବଂ ଆଉ ଗୋଟିଏ ଥର ବିଜେପି ରୋଟି ଜଳାଇ ଦେଇଛନ୍ତି । ଏଥର ତୃତୀୟ ବିକଳ୍ପର ଆବଶ୍ୟକତା ରହିଛି । ବିଜେପିକୁ କୌଣସି ଦଳ ହରାଇବ ନାହିଁ ବରଂ ଜନତା ମାନେ ବିଜେପି ଚଳିତ ନିର୍ବାଚନରେ ହରାଇବେ । ସେ ଆହୁରି କହିଛନ୍ତି ଯେ, ବିଜେପି ଉପରେ କୃଷକଙ୍କ ଠାରୁ ଆରମ୍ଭ କରି, ଯୁବ ବର୍ଗ ପର୍ଯ୍ୟନ୍ତ ସମସ୍ତେ ଅସନ୍ତୋଷ ଅଛନ୍ତି । ଏପରିକି କେନ୍ଦ୍ର ସରକାରଙ୍କର ଅନେକ ଯୋଜନାକୁ ନେଇ ମଧ୍ୟ ବିଜେପିକୁ ଟାର୍ଗେଟ କରିଛନ୍ତି ଅଖିଲେଶ । ସୂଚନା ଅନୁଯାୟୀ, ଉତ୍ତରପ୍ରେଦଶରେ ଗତ ବିଧାନସଭା ନିର୍ବାଚନ କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ପରସ୍ପର ସହଯୋଗରେ ଲଢିଥିଲେ ।