ଏକାଠି ହୋଇପାରନ୍ତି ଅଖିଳେଶ ଓ ମାୟାବତୀ ! ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା, ଲୋକସଭା ଉପନିର୍ବାଚନରେ ସମାଜବାଦୀ ପାର୍ଟିକୁ ସମର୍ଥନ ଦେଇପାରେ ବିଏସପି

21

କନକ ବ୍ୟୁରୋ: ଉତ୍ତର-ପୂର୍ବରେ ବିଜେପିର ବମ୍ପର ବିଜୟ ପରେ ଏବେ ଦେଶର ରାଜନୀତି ସରଗରମ ହୋଇଛି । ଆଉ ମୋଦିଙ୍କୁ ରୋକିବା ଲାଗି ବିରୋଧୀ ଏକାଠି ହେବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି ।

ଜାତୀୟ ଗଣମାଧୟମରେ ଚର୍ଚ୍ଚା ଜୋର ଧରିଛି, ବିଜେପିକୁ ରୋକିବା ଲାଗି ଉତ୍ତର ପ୍ରଦେଶ ଉପନିର୍ବାଚନରେ ଅଖିଳେଶ ଯାଦବ ଓ ମାୟାବତୀ ଏକାଠି ଆସିପାରନ୍ତି । ବିଏସପି ଆଜି ଏ ନେଇ ଘୋଷଣା କରିପାରେ । ଏଥିପାଇଁ ଆହ୍ଲାବଦ ଓ ଗୋରଖପୁରରେ ବିଏସପିର ସ୍ଥାନୀୟ ନେତାଙ୍କ ବୈଠକ ଡକାଯାଇଛି । ସନ୍ଧ୍ୟାରେ ଏ ନେଇ ମାୟାବତୀ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିପାରନ୍ତି ।

ତେବେ ଆସନ୍ତା ୧୧ ତାରିଖରେ ୟପିର ଫୁଲପୁର ଓ ଗୋରଖପୁର ଲୋକସଭା ଆସନରେ ଉପନିର୍ବାଚନ ହେବ । ଆଉ ଏହି ଦୁଇ ଆସନରେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟିକୁ ସମର୍ଥନ ଦେଇପାରେ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି । ତେବେ ଅଖିଳେଶ ଓ ମାୟାବତୀଙ୍କ ମଧ୍ୟରେ ସମର୍ଥନ ନେଇ ସିଧାସଳଖ କୌଣସି କଥାବାର୍ତ୍ତା ହୋଇନାହିଁ ।