ଦୂର ହେବ ଦୂରତା ! ସଲମାନଙ୍କ ସହ ଏକାଠି କାମ କରିବାକୁ ଗ୍ରୀନ୍ ସିଗନାଲ୍ ଦେଲେ ଐଶ୍ୱର୍ଯ୍ୟା

61

ସଲମାନ୍ ଖାନ୍ ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଫ୍ୟାନ୍ ମାନଙ୍କ ପାଇଁ ଖୁସି ଖବର । ପୁଣି ଥରେ ଅନ୍ ସ୍କ୍ରିନ୍ ରୋମାନ୍ସ କରି ପାରନ୍ତି ଏହି ଯୋଡି । ସଲମାନଙ୍କ ସହ ଏକାଠି କାମ କରିବାରେ କୌଣସି ଅସୁବିଧା ନାହିଁ ବୋଲି ଐଶ୍ୱର୍ଯ୍ୟା ନିଜେ ଏକ ଇଣ୍ଟରଭ୍ୟୁରେ ସ୍ୱୀକାର କରିଛନ୍ତି । ହେଲେ ସେଥିପାଇଁ ଗୋଟିଏ ସର୍ତ୍ତ ରଖିଛନ୍ତି ଏହି ବଲିଉଡ ବ୍ୟୁଟି  । କହିଛନ୍ତି ଫିଲ୍ମର ସ୍କ୍ରିପ୍ଟ ଓ ନିର୍ଦେଶକ ଅସାଧାରଣ ହେଲେ ସେ ସଲମାନଙ୍କ ସହ ସ୍କ୍ରିନ୍ ସେୟାର୍ କରିବେ । ଅନ୍ୟପଟେ ଫିଲ୍ମ ‘ଏ  ଦିଲ ହୈ ମୁସକିଲ୍’ ର ପ୍ରମୋସନ୍ ପାଇଁ ବିଗ୍ ବସ୍ ସେଟକୁ ମଧ୍ୟ ଐଶ୍ ଆସି ପାରନ୍ତି । ଯାହା ଉଭୟଙ୍କ ମଧ୍ୟରେ ଥିବା ଦୂରତାକୁ କମ୍ କରିପାରେ ବୋଲି ଚର୍ଚ୍ଚା ହେଉଛି ।