ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ଆଜି ସ୍ୱଦେଶ ଫେରିବେ । ପାକିସ୍ଥାନୀ ସେନା କବଜାରେ ଦୁଇ ଦିନ ଧରି କଏଦ୍ ଥିବା ଏହି ପାଇଲଟଙ୍କୁ ଆଜି ଛାଡିବ ପାକିସ୍ତାନ । ପୁଲୱାମା ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ତିକ୍ତତାକୁ ନେଇ ପାକିସ୍ତାନରେ ଧରାପଡିଥିବା ୱିଙ୍ଗ୍ କମାଣ୍ଡର ଅଭିନନ୍ଦନକୁ ପାକିସ୍ତାନ ସେନା କଷ୍ଟଡୀରେ ରଖିଥିଲା । ତେବେ ଗୁରୁବାର ଶାନ୍ତିକୁ ବଜାୟ ରଖିବା ପାଇଁ ପାକ୍ ତରଫରୁ କମାଣ୍ଡର ଅଭିନନ୍ଦନଙ୍କୁ ଛାଡିବା ପାଇଁ ପାକ୍ ସରକାର ଘୋଷଣା କରିଥିଲେ । ଏହାର କିଛି ସମୟ ପୂର୍ବରୁ ଭାରତ ସରକାର ତାଙ୍କୁ ବିନା କୌଣସି ସର୍ତ୍ତରେ ଛାଡିବା ପାଇଁ ପାକ୍ କୁ ସନ୍ଦେଶ ଦେଇଥିଲେ ।
जब अभिनंदन के माता पिता चेन्नई से दिल्ली पहुँचे तो फ्लाइट में मौजूद सभी लोगों ने उनका ताली बजाकर स्वागत किया,दिल्ली से वो सीधा फ्लाइट से अमृतसर के लिए निकल गए pic.twitter.com/jduYawz0Pr
— Mukesh singh sengar (@mukeshmukeshs) March 1, 2019
ତେବେ ଅଭିନନ୍ଦନଙ୍କୁ ଘରକୁ ପାଛୋଟି ଆଣିବା ପାଇଁ ଯେତେବେଳେ ତାଙ୍କ ବାପା ମା’ ଚେନ୍ନାଇ ଫ୍ଲାଇଟରେ ଦିଲ୍ଲୀ ଅଭିମୁଖେ ଯିବା ପାଇଁ ଏୟାରପୋର୍ଟରେ ପହଂଚିଲେ ସେତେବେଳେ ଫ୍ଲାଇଟରେ ବସିଥିବା ଯାତ୍ରୀ ତାଙ୍କୁ ତାଳି ବଜାୟ ସ୍ୱାଗତ କରିଥିଲେ । ତେବେ ପାକିସ୍ତାନର ଏଭଳି ପଦକ୍ଷେପ ଦୁଇଦେଶ ମଧ୍ୟରେ ତିକ୍ତତା ଦୂର କରିବ ବୋଲି କୁହାଯାଉଛି ।