ବିଷାକ୍ତ ବାୟୁ ବଳୟରେ ରାଜଧାନୀ ଦିଲ୍ଲୀ । ରାଜଧାନୀ ଦିଲ୍ଲୀର ପବନରେ ଏବେ ଭରିରହିଛି ବିଷ । ଯାହାର ଝଲକ ଆଜି ସକାଳୁ ସକାଳୁ ଦେଖିବାକୁ ମିଳିଛି । ଆଜି ସକାଳୁ ପୂରା ଦିଲ୍ଲୀ ଧୂଆଁମୟ ହୋଇଥିବାର ଦେଖିବାକୁ ମିଳିଛି । ପଡୋଶୀ ହରିୟାଣା ଓ ପଞ୍ଜାବର କୃଷକ ମାନେ ବିଲରେ ଯେଉଁ ନଡା ଜାଳୁଛନ୍ତି ତାହା ଦିଲ୍ଲୀର ବାୟୁମଣ୍ଡଳକୁ ସମ୍ପୂର୍ଣ୍ଣ ପ୍ରଦୂଷିତ କରୁଛି । ଦିଲ୍ଲୀର ଏୟାର କ୍ୱାଲିଟି ଇନଡେକ୍ସ ୨୯୨ ଅଙ୍କରେ ପହଞ୍ଚିଛି । ଯାହା ଆଗାମୀ ଦିନରେ ସାଂଘାତିକ ପରିସ୍ଥିତି ସୃ୍ଷ୍ଟି କରିପାରେ ।
ସେହିଭଳି ହରିୟାଣା ଏନସିଆରରେ ବାୟୁ ପ୍ରଦୂଷଣର ମାତ୍ରା ୩୫୦ ଅଙ୍କରେ ପହଞ୍ଚିଛି । ଯାହା ଅତି ଖରାପ ଶ୍ରେଣୀର ସଂକେତ । ଯଦି ଏହା ୪୦୦ରୁ ୫୦୦ ଅଙ୍କ ଅତିକ୍ରମ କରେ ତେବେ ଏଥିପାଇଁ ଭୟଙ୍କର ସ୍ଥିତି ଉପୁଜିପାରେ । ଯଦି ହରିୟାଣାର କୃଷକ ଏଭଳି କ୍ଷେତରେ ନଡା ଜାଳିବା ଜାରି ରଖନ୍ତି ତେବେ ଦିଲ୍ଲୀରେ ମଧ୍ୟ ଏଭଳି ସ୍ଥିତି ଦେଖିବାକୁ ମିଳିବ । ଯାହା ଦିଲ୍ଲୀବାସୀଙ୍କ ପାଇଁ ଏବେ ସବୁଠୁ ବଡ ଚିନ୍ତାର କାରଣ ପାଲଟିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/10/cats-153.jpg)