ଅଧିକ ସମୟ ଏସି ରୁମରେ ବସି ରହୁଛନ୍ତି କି ? ସାବଧାନ ଅଧିକ ସମୟ ଏସିରେ ରହୁଥିଲେ ଆପଣଙ୍କୁ ହୋଇପାରେ ଏହି ସମସ୍ୟା ।

98

ଗ୍ରୀଷ୍ମ ଆରମ୍ଭ ହେବା ମାତ୍ରେ ଲୋକମାନେ ପୂରା ଦିନ ଏୟାର କଣ୍ଡିସନର (ଏସି) ରୁମରେ ବିତାଇବା ଆରମ୍ଭ କରି ଦିଅନ୍ତି । ଅଫିସରେ ହେଉ ବା ଘରେ ଲୋକମାନେ ଏସି ରୁମରେ ବସିବାକୁ ଭଲ ପାଇଥାନ୍ତି । ଖରା ତାପରୁ ବଞ୍ଚିବା ପାଇଁ ଲୋକମାନେ ଏସିରେ ବସି ଶାନ୍ତି ଅନୁଭବ କରନ୍ତି ସତ କିନ୍ତୁ ଏହା ଦ୍ୱାରା ଶରୀରକୁ ଯେଉଁ କ୍ଷତି ପହଞ୍ଚେ ସେ ବିଷୟରେ କେହି ଭାବନ୍ତି ନାହିଁ । ଆସନ୍ତୁ ଜାଣିବା ଅଧିକ ସମୟ ଏସି ରୁମରେ ରହିବା ଦ୍ୱାରା ଶରୀରକୁ କ’ଣ କ୍ଷତି ପହଞ୍ଚିଥାଏ ।୧.ଅଧିକ ସମୟ ଏସି ରୁମରେ ରହିବା ଦ୍ୱାରା ଭାଇରାଲ ଇନ୍ଫେକ୍ସନ୍ ଭଳି ସମସ୍ୟା ଦେଖା ଯାଇଥାଏ । ବାରମ୍ବାର ଥଣ୍ଡା, କାଶ ଭଳି ସମସ୍ୟା ଶରୀରରେ ଦେଖା ଯାଇଥାଏ । ଏସି ରୁମରୁ ବାହାରି ହଠାତ୍ ଗରମ ସ୍ଥାନକୁ ଯିବା ଦ୍ୱାରା ମୁଣ୍ଡ ବିନ୍ଧା ହୋଇଥାଏ । ସେଥିପାଇଁ ଏସି ରୁମରୁ ବାହାରି ହଠାତ୍ ଗରମ ସ୍ଥାନକୁ ଯାଆନ୍ତୁ ନାହିଁ ।

୨.ଯେଉଁ ଲୋକମାନେ ୪ ଘଣ୍ଟା ବା ତା’ଠାରୁ ଅଧିକ ସମୟ ଏସି ରୁମରେ ବିତାନ୍ତି ସେମାନଙ୍କ ମଧ୍ୟରେ ସାଇନସ୍ ସମସ୍ୟା ଦେଖାଯାଇଥାଏ । କାରଣ ଅଧିକ ସମୟ ଏସି ରୁମରେ ରହିବା ଦ୍ୱାରା ମ୍ୟୁକସ୍ ଗ୍ରନ୍ଥି ଶକ୍ତ ହୋଇ ଯାଇଥାଏ ।୩.ଏସିରୁ ଆସୁଥିବା ଥଣ୍ଡା ପବନରେ ଅଧିକ ସମୟ ବସି ରହିବା ଦ୍ୱାରା ଆଣ୍ଠୁ ଗଣ୍ଠି ସମସ୍ୟା ଦେଖାଯାଇଥାଏ । ଅଧିକ ସମୟ ଏସିରେ ବସିବା ଦ୍ୱାରା ବେକ,ହାତ ଏବଂ ଆଣ୍ଠୁରେ ଯନ୍ତ୍ରଣା ଆରମ୍ଭ ହେବା ସହ କାର୍ଯ୍ୟ କରିବାର କ୍ଷମତା କମି ଯାଇଥାଏ ।

୪.ଅଧିକ ସମୟ ଏସି ରୁମରେ ବସିଲେ ଆଖି ଶୁଷ୍କ ହୋଇଯାଇଥାଏ । ଯାହାଦ୍ୱାରା ଆଖି ପୋଡ଼ିବା,ଆଖିରୁ ପାଣି ବାହାରିବା ଭଳି ସମସ୍ୟା ଦେଖା ଯାଇଥାଏ । ଏହା ସହ ଚର୍ମ ମଧ୍ୟ ଶୁଷ୍କ ହୋଇ ଯାଇଥାଏ ।