ସଗରିଆଙ୍କ ପାଇଁ ବଢିଲା ଅଡୁଆ ! ଏଆଇସିସି ନେଇପାରେ ଦୃଢ କାର୍ଯ୍ୟାନୁଷ୍ଠାନ ।

175

କନକ ବ୍ୟୁରୋ : କଂଗ୍ରେସର ପିଛା ଛାଡୁନି ବିବାଦ । କଂଗ୍ରେସ ଶିବିରରେ ଦେଖାଯାଉଛି ଗୋଟିଏ ପରେ ଗୋଟିଏ ବିବାଦ । ଏବେ ବିଶୃଙ୍ଖଳା ପାଇଁ କୃଷ୍ଣ ସଗରିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ଏଆଇସିସି । ସଗରିଆ ଏଆଇସିସି ସଭ୍ୟ ଥିବାରୁ ସିଧାସଳଖ କାର୍ଯ୍ୟାନୁଷ୍ଠାନ ନେବା ସମ୍ଭବ ନୁହେଁ । ତେଣୁ ସଗରିଆଙ୍କ ବିଶୃଙ୍ଖଳା ବାବଦରେ ତର୍ଜମା ପାଇଁ ଏକ କମିଟି ଗଠନ କରାଯାଇଥିଲା । ଏହି କମିଟି ତର୍ଜମା କରି ଏଆଇସିସିକୁ ଅବଗତ କରିସାରିଛି ।

ଏବେ ଅପେକ୍ଷା ସଗରିଆଙ୍କ ବିରୋଧରେ କଣ ନିଷ୍ପତି ନେଉଛି ଏଆଇସିସି । ଖୁବଶୀଘ୍ର ସଗରିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ବରିଷ୍ଠ କଂଗ୍ରେସ ନେତା କହିଛନ୍ତି । ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଭଲ ସମ୍ପର୍କ ଥିବା ନେଇ ସଗରିଆ, ବିରୋଧୀ ଦଳ ନେତାଙ୍କୁ ଚିଠି ଲେଖିଥିଲେ । ନିକଟରେ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି କୃଷ୍ଣଚନ୍ଦ୍ର ସଗରିଆ ।