ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସମ୍ ହସ୍ପିଟାଲର ଅଡୁଆ ଧୀରେ ଧୀରେ ବଢିବାରେ ଲାଗିଛି । ହସ୍ପିଟାଲର ମାଲିକ ମନୋଜ ନାୟକଙ୍କୁ ଗିରଫ ପରେ ପୁଲିସ ପଚରାଉଚରା ଜାରି ରଖିଛି । ପୁଲିସ କମିଶନରଙ୍କ ସୂଚନା ଅନୁସାରେ ହସ୍ପିଟାଲର ସମସ୍ତ ଟ୍ରଷ୍ଟିଙ୍କୁ ମଧ୍ୟ ପଚରାଉଚରା କରାଯିବ । ଏହା ସହିତ ମନୋଜଙ୍କୁ ରିମାଣ୍ଡରେ ଆଣିବ ପୁଲିସ । ଭୋର ୩ଟା ୩୦ ରେ ଆତ୍ମସମର୍ପଣ କରିଥିଲେ ମନୋଜ । ଆବଶ୍ୟକ ପଡିଲେ ହସ୍ପିଟାଲର କର୍ତୃପକ୍ଷଙ୍କୁ ମଧ୍ୟ ପଚରାଉଚରା କରାଯିବ । ୨୪ ଘଂଟା ମଧ୍ୟରେ ମନୋଜଙ୍କୁ କୋର୍ଟରେ ହାଜର କରାଯିବାର ରହିଛି । ମନୋଜଙ୍କ ସ୍ତ୍ରୀଙ୍କୁ ମଧ୍ୟ ପଚରାଉଚରା କରାଯିବ ।
ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣା : ମନୋଜ ନାୟକଙ୍କ ଗିରଫ କରେ କଣ ହେବ ପରବର୍ତୀ ପଦକ୍ଷେପ?
/kanak/media/post_attachments/wp-content/uploads/2016/10/vlcsnap-2016-10-20-09h15m29s347.png)