ଇଏ ଏକ ଏମିତି ଘଟଣା । ଯାହା ଆପଣଙ୍କୁ ସ୍ତବ୍ଧ କରିଦେବ । ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି ଏକ ଦୁଃଖଦ ଘଟଣା। ଜଣେ ଭୋକିଲା ଆଦିବାସୀ ଶିଶୁ ନିଜର ଭୋକ ସମ୍ଭାଳି ନପାରି କୀଟନାଶକ ଖାଇ ପ୍ରାଣ ହାରିଥିବା ଜାଣିବାକୁ ମିଳିଛି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଏପରି ଏକ ଅଭାବନୀୟ ଘଟଣା ରତଲମ ଜିଲ୍ଲାରେ ଘଟିଛି। ଏହି ଘଟଣା ଘଟିବା ପରେ ନ୍ୟାସନାଲ କମିସନ ଫର୍ ପ୍ରୋଟେକ୍ସନ ଅଫ୍ ଚାଇଲ୍ଡ ରାଇଟ୍ସ(ଏନସିପିସିଆର୍) ଏହାର ତଦନ୍ତ ଆରମ୍ଭ କରିଛି।
ଉଲ୍ଲେଖଯୋଗ୍ୟ, ଗତ ଡିସେମ୍ବର ୩୧ ତାରିଖ ଦିନ ବାଳକ ଜଣକ ଅତ୍ୟନ୍ତ ଭୋକରେ ଆସି ଜଣେ ତେଜରାତି ଦୋକାନୀଙ୍କୁ ଅଟା ଦେବା ପାଇଁ ନେହୁରା ହୋଇଥିଲେ। ମାତ୍ର ଦୋକାନି ଜଣକ ବାକିରେ ଅଟା ଦେବେ ନାହିଁ ବୋଲି ସ୍ପଷ୍ଟ ମନା କରି ଦେଇଥିଲେ। ନିଜ ଭୋକକୁ ସମ୍ଭାଳି ନପାରି ପିଲାଟି ଶେଷରେ ଆଉ କିଛି ଉପାୟ ନପାଇ କୀଟନାଶକ ପିଇ ଦେଇଥିବା ଜଣାପଡିଛି । ୨୦୧୮ ମସିହା ଜୁଲାଇ ମାସରେ ଝାଡ଼ଖଣ୍ଡସ୍ଥିତ ରାମଗଡ଼ ଜିଲ୍ଲାର ଜଣେ ୪୦ ବର୍ଷିଅ ବ୍ୟକ୍ତି ଭୋକରେ ପ୍ରାଣ ହରାଇଥିଲେ ବୋଲି ସେ ସମୟରେ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/01/beggar-784x441.jpg)