ଝାରପଡା ଜେଲ ଗଲେ ପ୍ରଦୀପ ମହାରଥୀ । ଆସନ୍ତା ୨୪ରେ ହେବ ଜାମିନ ନେଇ ଶୁଣାଣି

1,240

କନକ ବ୍ୟୁରୋ : ଜେଲ ଗଲେ ପିପିଲି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀ । ଜାମିନ ଆବେଦନ ଶୁଣାଣି ସ୍ଥଗିତ ହେବା ପରେ ପ୍ରଦୀପ ମହାରଥୀଙ୍କୁ ଝାରପଡା ଜେଲ ପଠାଇ ଦଆଯାଇଛି । ପ୍ରଦୀପଙ୍କ ଜାମିନ ଶୁଣାଣି ଆସନ୍ତା ୨୪ ତାରିଖରେ କରାଯିବ । ଜେଲ ୱାର୍ଡ ମଧ୍ୟରେ ପ୍ରଦୀପଙ୍କୁ ଚିକିତ୍ସା କରାଯିବ । ଆବଶ୍ୟକସ୍ଥଳେ ଜେଲ କର୍ତ୍ତୃପକ୍ଷ ତାଙ୍କୁ ମେଡିକାଲ ସ୍ଥାନାନ୍ତର କରିପାରିବେ ।

ଏହାପୂର୍ବରୁ ଫ୍ଲାଇଂ ସ୍କ୍ୱାର୍ଡ ଅଧିକାରୀଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଆଜି ପ୍ରଦୀପଙ୍କୁ ଗିରଫ କରିଥିଲା ପୋଲିସ । ପ୍ରଦୀପଙ୍କ ଫାର୍ମ ହାଉସରେ ଫ୍ଲାଇଂ ସ୍କ୍ୱାର୍ଡ ଅଧିକାରୀଙ୍କୁ ଆକ୍ରମଣରେ ପ୍ରଦୀପଙ୍କ ସମ୍ପୃକ୍ତି ଥିବା ପ୍ରମାଣ ମିଳିବା ପରେ ତାଙ୍କୁ ଗିରଫ କରିଥିଲା ପୋଲିସ । ତେବେ କୋର୍ଟରେ ହାଜର ହେବା ପରେ ଗୁରୁତର ଅସୁସ୍ଥ ହୋଇଥିଲେ ପ୍ରଦୀପ । କୋର୍ଟ ପରିସରରେ ବେହୋସ ହେବା ପରେ ଚିକିତ୍ସା କରିବାକୁ ପ୍ରଦୀପଙ୍କ ପକ୍ଷରୁ ଜାମିନ ଆବେଦନ କରାଯାଇଥିଲା । ଯାହାର ଶୁଣାଣି ଆସନ୍ତା ୨୪ ତାରିଖରେ ହେବ । ଆସନ୍ତାକାଲି ପ୍ରଦୀପ ନିର୍ବାଚନ ଲଢୁଥିବା ପିପିଲି ଆସନ ପାଇଁ ଭୋଟ ଗ୍ରହଣ ହେବ ।