ସାମ୍ନାକୁ ଆସିଲା ନକଲି ଡାକ୍ତରଙ୍କ ଅସଲି ସତ । ସୁନ୍ଦରଗଡ ନୂଆ ଗାଁରେ ନକଲି ଡାକ୍ତରଙ୍କୁ ନେଇ ଖୁଲାସା । ଭୀମସାର କର୍ତୃପକ୍ଷ କହିଲେ, ୨୦୦୨ରେ ପଦ୍ମନାଭ ମୁଖୀଙ୍କ ନାଁରେ ନଥିଲେ କୌଣସି ଛାତ୍ର

926

କନକ ବ୍ୟୁରୋ : କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଗିରଫ ହୋଇଥିଲେ ସୁନ୍ଦରଗଡର ନକଲି ଡାକ୍ତର ପଦ୍ମନାଭ ମୁଖୀ କରୱା । ତେବେ ଏହି ନକଲି ଡାକ୍ତରଙ୍କୁ ନେଇ ଏବେ ସାମ୍ନାକୁ ଆସିଛି ଆହୁରୀ କିଛି ଅସଲ ଗୁମର । ନକଲି ଡାକ୍ତର ପଦ୍ମନାଭ ମୁଖୀ କରୱାଙ୍କୁ ନେଇ ରିପୋର୍ଟ ପ୍ରଦାନ କରିଛି ବୁର୍ଲା ଭୀମସାର ମେଡିକାଲ । ନକଲି ଡାକ୍ତରଙ୍କ ଡାକ୍ତରୀ ଶିକ୍ଷା ପ୍ରମାଣର ଯାଂଚ କରିବା ପରେ କର୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ଏହି ନାଁରେ ୨୦୦୨ ମସିହାରେ ସଂବଲପୁର ବୁର୍ଲା ମେଡିକାଲ କଲେଜରୁ କୌଣସି ଛାତ୍ର ଉତୀର୍ଣ୍ଣ ହୋଇନାହାନ୍ତି ।

source : google

ଏନେଇ ରାଜ୍ୟ ଡାକ୍ତରୀ ଶିକ୍ଷା ଓ ତାଲିମ ବିଭାଗ ନିର୍ଦ୍ଦେଶକଙ୍କୁ ଚିଠି ଯୋଗେ ଜଣାଇ ଦିଆଯାଇଛି । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ସୁନ୍ଦରଗଡ ରାଣୀବଗିଚା ବାଇପାସ୍ ନିକଟରୁ ତାଙ୍କୁ ଗତକାଲି ଗିରଫ କରିଥିଲା ସୁନ୍ଦରଗଡ ଟାଉନ ଥାନା ପୋଲିସ । ସୁନ୍ଦରଗଡ ନୂଆଗାଁ ଡାକ୍ତରଖାନାରେ ସେ ଚିକିତ୍ସା କରୁଥିଲେ । ଗିରଫ ପଦ୍ମନାଭ ମୁଖୀଙ୍କର ବିହାର, ବୁର୍ଲା ଓ ମେଡିକାଲ କାଉନସିଲର ଡାକ୍ତରୀ ସାର୍ଟିଫିକେଟ୍ ରହିଥିଲା । ତାଙ୍କର ଗିରଫଦାରୀ ପରେ ତାଙ୍କର ସମସ୍ତ ଶିକ୍ଷାଗତ ପ୍ରମାଣପତ୍ରକୁ ନେଇ ତନାଘନା ଜୋର ଧରିଛି ।