ପାକିସ୍ତାନ ପାଇଁ ଭାରତର ନୂଆ ବ୍ରହ୍ମାସ୍ତ୍ର ! ପାଣି ବନ୍ଦ କରି ପାକିସ୍ତାନକୁ ମରୁଭୁମିରେ ପରିଣତ କରିବାକୁ ଯୋଜନା କରୁଛନ୍ତି ମୋଦି ।

ମୋଦି ସରକାର କ୍ଷମତାକୁ ଆସିବା ପରେ ପାକିସ୍ତାନର ଚିନ୍ତା ବଢିଯାଇଛି ।

511

ମୋଦି ସରକାର କ୍ଷମତାକୁ ଆସିବା ପରେ ପାକିସ୍ତାନର ଚିନ୍ତା ବଢିଯାଇଛି । ପାକିସ୍ତାନକୁ ସମସ୍ତ କ୍ଷେତ୍ରରେ ପଛରେ ପକାଇବା ପାଇଁ ମୋଦି ସରକାର ଭରପୁର ଚେଷ୍ଟା ଜାରି ରଖିଛନ୍ତି । ଗୋଟିଏ ପଟେ ବିଶ୍ୱରେ ଏକଘରିଆ ହୋଇଥିବାରୁ ପାକିସ୍ତାନର ଅର୍ଥନୀତି ସଂକଟରେ ପଡିଛି । ଅନ୍ୟପଟେ ଭାରତ ଦେଇ ପାକିସ୍ତାନକୁ ଯାଉଥିବା ନଦୀଗୁଡ଼ିକରେ ବନ୍ଧ ବାନ୍ଧି ପାକିସ୍ତାନକୁ ଜଳପ୍ରବାହ କମାଇବାକୁ ବସିଛି ଭାରତ । ଏହା ଦ୍ୱାରା ପାକିସ୍ତାନରେ ଘୋର ଜଳ ସଂକଟ ଦେଖାଦେଇଛି । କିନ୍ତୁ ଏତିକିରେ ମୋଦି ଶାନ୍ତିରେ ବସିନାହାନ୍ତି ।

ଆଫଗାନିସ୍ତାନପଟୁ କିପରି ପାକିସ୍ତାନକୁ ଆସୁଥିବା ନଦୀଗୁଡ଼ିକରୁ ଜଳ ଅଟକାଯିବା ସେ ଦିଗରେ ଭାରତ କାମ କରୁଛି । ଆଫଗାନିସ୍ତାନରୁ ବାହାରି ପାକିସ୍ତାନକୁ ଯାଇଥିବା କାବୁଲ ନଦୀ ଉପରେ ଆଫଗାନିସ୍ତାନ ପକ୍ଷରୁ ଶାହଟୁଟ ଠାରେ ଏକ ନଦୀବନ୍ଧ ନିର୍ମାଣ କରାଯାଉଛି । ଭାରତର ଆର୍ଥିକ ସହାୟତାରେ ଆଫଗାନ ସରକାର ଏହି ପ୍ରକଳ୍ପ ନିର୍ମାଣ କରୁଛନ୍ତି । ଏହି ବନ୍ଧ ତିଆରି ହେଲେ କାବୁଲ ନଦୀରେ ଜଳପ୍ରବାହ କମିଯିବ । ଫଳରେ ପାକିସ୍ତାନରେ ପାଣି ପାଇଁ ହାହାକାର ଖେଳିଯିବ । ପାକିସ୍ତାନର ଲୋକେ ପାଣିପାଇଁ ନେହୁରା ହେବାକୁ ବାଧ୍ୟହେବେ । ଏହା ହିଁ ଭାରତର ମୂଳ ଲକ୍ଷ ରହିଛି ।