ଆଫଗାନିସ୍ଥାନର ରାଜଧାନୀ କାବୁଲରେ ଆତ୍ମଘାତୀ ବିସ୍ଫୋରଣ । ବିବାହ ସମାରୋହରେ ଫୁଟିଛି ବୋମା । ଏହି ବିସ୍ଫୋରଣରେ ୪୦ ନିରୀହଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ ଜଣ ଗୁରୁତର ହୋଇଛନ୍ତି । ଶନିବାର କାବୁଲର ଦୁବାଇ ସହରରେ ଏକ ବୋର୍ଡିଙ୍ଗ୍ ହଲରେ ଘଟିଛି ଏହି ଅଘଟଣ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ଜଣେ ଆତ୍ମଘାତୀ ଆକ୍ରମଣକାରୀ ଦୁବାଇର ଏକ ବୋର୍ଡିଙ୍ଗ୍ ହଲରେ ବିବାହ ରିସେପ୍ସନ୍ ଚାଲିଥିବା ବେଳେ ବିସ୍ଫୋଟକ ଭରା ବ୍ୟାଗ୍ ଧରି ପଶି ଏହି ଭୟାବହ କାଣ୍ଡ ଘଟାଇଥିଲା ।
ତେବେ ଆଫଗାନ୍ ଅଧିକାରୀମାନେ ଅଧିକାରୀକ ଭାବରେ କେତେ ଜଣ ମୃତ୍ୟୁବରଣ କରିଛନ୍ତି ଏନେଇ କିଛି ସଠିକ୍ ତଥ୍ୟ ଦେଇନାହାନ୍ତି । ଅନ୍ୟପକ୍ଷରେ ବରପକ୍ଷରୁ ଜଣେ ଅତିଥି କହୁଛନ୍ତି ଯେ ରିସେପ୍ସନ୍ ରେ ୧୨୦୦ ଜଣ ଲୋକଙ୍କୁ ନିମନ୍ତ୍ରଣ ଦିଆଯାଇଥିଲା । କାବୁଲରେ ଚଳିତ ମାସରେ ଏହା ହେଉଛି ଦ୍ୱିତୀୟ ଘଟଣା । ଏହା ପୂର୍ବରୁ ଅଗଷ୍ଟ ୮ ତାରିଖରେ ହୋଇଥିବା ବିସ୍ଫୋରଣରେ ୧୪ ଜଣ ଲୋକ ମୃତ୍ୟୁବରଣ କରିଥିଲେ ଏବଂ ୧୪୫ ଜଣ ଗୁରୁତର ହୋଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/08/Capture-14.jpg)
/kanak/media/post_attachments/wp-content/uploads/2019/08/800862f001dc4810bc888baffdad2554_18-300x169.jpg)