କନକ ବ୍ୟୁରୋ: ଆଫଗାନିସ୍ତାନର ହେରାତ୍ ସହରରେ ଏକ ମସଜିଦରେ ବିସ୍ଫୋରଣ ଘଟି ୨୦ଜଣଙ୍କର ମୃତ୍ୟୁ ହୋଇଛି । ହେରାତ୍ ସହରରେ ଥିବା ଜବାଦିୟା ମସଜିଦରେ ହୋଇଥିବା ଏହି ବିସ୍ଫୋରଣରେ ୨୦ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଇରାନ ସୀମାକୁ ଲାଗିରହିଥିବା ହେରାତ ସହରର ଏହି ମସଜିଦକୁ ଟାର୍ଗେଟ କରି ବିସ୍ଫୋରଣ କରାଯାଇଥିଲା । ମସଜିଦର ପ୍ରବେଶ ଦ୍ୱାରରେ ଏହି ବିସ୍ଫୋରଣ ଘଟିଥିଲା । ଆଫଗାନିସ୍ତାନରେ ଶିୟା ସମ୍ପ୍ରଦାୟକୁ କଟ୍ଟର ମୁସଲିମ ଟାର୍ଗେଟ କରି ଆସୁଥିବା ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/08/Herat.jpg)