ସର୍ଭେ ଅନୁସାରେ କିଡନୀ ଏବଂ ଲିଭରକୁ ଅକାମୀ କରିବା ପାଇଁ କେବଳ ଏହି କ୍ଷୀର ହିଁ ଯଥେଷ୍ଟ ! ସେବନ କରିବା ପୂର୍ବରୁ ଥରେ ଜାଞ୍ଚ୍ କରନ୍ତୁ ।

403

ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରଧୀକରଣ ମୁତାବକ ଭାରତରେ ପ୍ରାୟ ୧୦ ପ୍ରତିଶତ କ୍ଷୀରରେ ଅପମିଶ୍ରଣ କରାଯାଉଛି । ଏହି ୧୦ ପ୍ରତିଶତରୁ ୪୦ ପ୍ରତିଶତ କ୍ଷୀର ପ୍ୟାକେଜରେ ଲୋକଙ୍କ ପାଖକୁ ଯାଉଛି । ଯାହା ଲୋକଙ୍କ ଘରେ ନିତ୍ୟ ବ୍ୟବହାର ମଧ୍ୟ ହେଉଛି । ଏକ ସର୍ଭେରେ ଡାକ୍ତରଙ୍କ କହିବା ମୁତାବକ ଏଭଳି କ୍ଷୀର ୨ ବର୍ଷ ଧରି ଲଗାତାର ପିଇଲେ କିଡନୀ ଏବଂ ଲିଭର୍ ଫେଲ୍ ହେବାର ଅଧିକ ଆଶଙ୍କା ରହିଛି ।

୧ . କ୍ଷୀରରେ କେଉଁ ଦ୍ରବ୍ୟ ମିଶାଯାଇଥାଏ?

କ୍ଷୀରର ମାତ୍ରାରେ ବୃଦ୍ଧି ଦେଖାଇବା ପାଇଁ ଏଥିରେ ୟୁରିଆ,ଭେଜିଟେବଲ୍ ଅଏଲ୍ ,ଗ୍ଲୁକୋଜ୍ କିମ୍ବା ଆମୋନିଆ ସଲ୍ଫେଟ୍ ବଗେରଟ୍ ମିଶା ଯାଇଥାଏ । ଯାହା ସ୍ୱାସ୍ଥ୍ୟକୁ ଭିତରୁ ଫମ୍ପା କରିଦିଏ । ଡାକ୍ତର ଜି.ଏସ୍ ଲାମ୍ବାଙ୍କ କହିବାନୁସାର,ଅପମିଶ୍ରିତ ଦୁଧରେ ହେବାକୁ ଥିବା କ୍ଷତି କ୍ଷୀରରେ କେତେ ମାତ୍ରାରେ କଣ୍ଟେମିନେଟେଡ୍ ମିଶାଯାଇଛି ଏହା ଉପରେ ନିର୍ଭର କରେ । ଯଦି କ୍ଷୀରରେ ବ୍ୟାକ୍ଟେରିଆ କଣ୍ଟେମିନେସନ୍ ହେଲେ ଫୁଡ୍ ପଏଜନିଂ,ପେଟ ଯନ୍ତ୍ରଣା,ଡାଇରିଆ,ଇଣ୍ଟେଷ୍ଟାଇନ୍ ଇନଫେକ୍ସନ୍ ,ବାନ୍ତି,ତରଳ ଝାଡା ଭଳି ଅସୁବିଧା ଦେଖାଯାଇଥାଏ ।

 

୨ . ଦୁଧରେ ଅପମିଶ୍ରଣ ହେଲେ କେଉଁଭଳି ଅସୁବିଧାକୁ ସାମ୍ନା କରିବାକୁ ପଡିଥାଏ ।

ଦୁଧରେ ମିନରଲ୍ସର ମାତ୍ରା ଦେଖାଗଲେ ହାତରେ ଝିମା ଏବଂ ଗଣ୍ଠିରେ ଯନ୍ତ୍ରଣା ଦେଖାଯାଏ ।

ଦୁଧରେ କୀଟନାଶକ ,କେମିକାଲ୍ ଥିଲେ କିମ୍ବା ପ୍ୟାକେଜିଂରେ ଗଡବଡ୍ ଥିଲେ ଏହା ଶରୀର ପାଇଁ ଅଧିକ ସମୟ ପର୍ଯ୍ୟନ୍ତ କ୍ଷତିକାରକ ସାବ୍ୟସ୍ତ ହୋଇପାରେ ।

ତେବେ ଏଭଳି ପ୍ରଡକ୍ଟକୁ ୧୦ ବର୍ଷ ପର୍ଯ୍ୟନ୍ତ ପିଇଲେ କ୍ୟାନ୍ସର ଭଳି ଗମ୍ଭୀର ରୋଗ ମଧ୍ୟ ଦେଖାଯାଇପାରେ ।
କ୍ଷୀରରେ ଅପମିଶ୍ରଣ କରୁଥିବା ଲୋକଙ୍କ ପାଇଁ କିଭଳି ରହିଛି ଦଣ୍ଡ ?

ଏଥିପାଇଁ ସର୍ବୋଚ୍ଚ ନ୍ୟାୟାଳୟ ତରଫରୁ ଆଜୀବନ କାରାଦଣ୍ଡର ଦଣ୍ଡାଦେଶ ରହିଛି ।

ତେବେ କ୍ଷୀରକୁ ଫ୍ରିଜରେ ରଖିଲେ କିଛି ଅସୁବିଧା ନାହିଁ କିନ୍ତୁ ଖୋଲାରେ କେବେ ବି କ୍ଷୀରକୁ ନା ଫ୍ରିଜରେ ଆଉ ନାହି ବାହାରେ ରଖନ୍ତୁ ।