କନକ ବ୍ୟୁରୋ: ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଆସନ୍ତା ୨୩ ତାରିଖରେ ଅନୁଷ୍ଠିତ ହେବ । ଏଥିରେ ୬ଟି ଲୋକସଭା ଆସନ ତଥା ସମ୍ବଲପୁର, କେନ୍ଦୁଝର , ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ୱର ସହ ଏହା ଅଧିନସ୍ଥ ୪୨ଟି ବିଧାନସଭା ଆସନ ପାଇଁ ମତଦାନ ହେବ । ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ୬୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା ବେଳେ ବିଧାନସଭା ଆସନ ପାଇଁ ୩୫୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱୀତା କରୁଛନ୍ତି । ତେବେ ନିର୍ବାଚନ ଉପରେ ନଜର ରଖୁଥିବା ସଂସ୍ଥା ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ (ଏଡିଆର) ଏବଂ ନ୍ୟାସନାଲ ଇଲେକ୍ସନ ଓ୍ଵାଚ ୩ୟ ପର୍ଯ୍ୟାୟ ନିର୍ବାଚନରେ ଛିଡା ହୋଇଥିବା ପ୍ରାର୍ଥୀମାନଙ୍କ ସଂପର୍କରେ ଏକ ରିପୋର୍ଟ ପ୍ରକାଶ କରିଛି । ଏହି ରିପୋର୍ଟରେ ପ୍ରାର୍ଥୀମାନଙ୍କ ଅପରାଧିକ, ଆର୍ଥିକ, ଶିକ୍ଷାଗତ ଆଦି ପୃଷ୍ଠଭୂମି ଉପରେ ବିଶ୍ଳେଷଣ କରାଯାଇଛି ।
ପ୍ରକାଶ ପାଇଥିବା ଏଡିଆର ରିପୋର୍ଟରେ ଉଲ୍ଲେଖ ରହିଛି, ତୃତୀୟ ପର୍ଯ୍ୟାୟ ପାଇଁ ନିର୍ବାଚନ ଲଢୁଥିବା ଓଡିଶାର ୪୨ ବିଧାନସଭାସଭାର ୩୫୪ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ୧୧୯ ଜଣ ଦାଗୀ । ତେବେ ଅପରାଧ କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି ବିଜେପି । ଏହାର ଅଧା ପ୍ରାର୍ଥୀଙ୍କ ନାଁରେ ରହିଛି ଅପରାଧିକ ମାମଲା । ଏହି ଦଳର ୪୨ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩୦ ଜଣ ଅର୍ଥାତ୍ ୭୧%ଙ୍କ ନାଁରେ ରହିଛି ଅଧିକ ଅପରାଧିକ ମାମଲା । ସେହିଭଳି ବିଜେଡିର ୪୨ ଜଣ ପ୍ରାର୍ଥୀରୁ ୨୦ ଜଣ ଅର୍ଥାତ୍ ୪୮%ଙ୍କ ବିରୋଧରେ ଅପରାଧିକ ମାମଲା ରହିଥିବା ବେଳେ କଂଗ୍ରେସର ୪୧ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୯ ଜଣ ଅର୍ଥାତ୍ ୪୬%ଙ୍କ ନାଁରେ ରହିଛି ଅପରାଧିକ ମାମଲା । ଅନ୍ୟପକ୍ଷରେ ତୃତୀୟ ପର୍ଯ୍ୟାୟରେ ୨୭ ପ୍ରତିଶତ ପ୍ରାର୍ଥୀ କୋଟପତି । ଲୋକସଭାରେ ପିନାକୀ ମିଶ୍ର ସବୁଠୁ ଧନୀ ପ୍ରାର୍ଥୀ ହୋଇଥିବା ବେଳେ ବିଧାନସଭାରେ ବବି ମହାନ୍ତି ସବୁଠାରୁ ଧନୀ ପ୍ରାର୍ଥୀ ।
ନଜର ପକାନ୍ତୁ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଲୋକସଭା ପ୍ରାର୍ଥୀ ଥିବା ୩ ଧନୀ ନେତାଙ୍କ ସଂପତି ତାଲିକା ଉପରେ ।
କେବଳ ସାଂସଦ ପ୍ରାର୍ଥୀ ଥିବା ନେତାଙ୍କ ପାଖରେ ଯେ, ମୋଟା ଅଙ୍କର ସଂପତି ରହିଛି, ତାହା ନୁହେଁ, ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଥିବା ନେତାଙ୍କ ସଂପତି ତାଲିକା ଉପରେ ନଜର ପକାନ୍ତୁ ।