ଆଦିତ୍ୟ ପ୍ରସାଦ ପାଢୀ ହେଲେ ରାଜ୍ୟ ନିର୍ବାଚନ କମିଶନର । ନୂଆ ନିଯୁକ୍ତିରେ ମୋହର ମାରିଲେ ରାଜ୍ୟପାଳ ଗଣେଶୀ ଲାଲ

416

କନକ ବ୍ୟୁରୋ : ଆଦିତ୍ୟ ପ୍ରସାଦ ପାଢୀଙ୍କୁ ନୂଆ ଦାୟିତ୍ୱ । ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଭାବେ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ମିଳିଲା ନୂଆ ଦାୟିତ୍ୱ । ଏହି ନୂଆ ନିଯୁକ୍ତି ଉପରେ ରାଜ୍ୟପାଳଙ୍କ ମୋହର ବାଜିବା ପରେ ରାଜ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ପାଇଛନ୍ତି ଆଦିତ୍ୟ ।

୧୯୮୩ ମସିହା ବ୍ୟାଚର ଏହି ଆଇଏଏସ ଅଫିସର ଏହା ପୂର୍ବରୁ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ତୁଲାଇଛନ୍ତି । ୩୦ ନଭେମ୍ବର ୨୦୧୫ରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଇଥିଲେ ଆଦିତ୍ୟ । ଆସନ୍ତା ଫେବ୍ରୁଆରୀ ୨୦୨୦ରେ ଆଦିତ୍ୟଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଥିବା ବେଳେ ଏହା ପୂର୍ବରୁ ତାଙ୍କୁ ରାଜ୍ୟ ନିର୍ବାଚନ କମିଶନର ଭାବେ ନୂଆ ଦାୟିତ୍ୱ ମିଳିଛି ।

ପ୍ରଶାସନିକ ମୁଖିଆ ଥିବା ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ଚର୍ଚ୍ଚାର ପରିସରକୁ ଆସିଥିଲେ ଆଦିତ୍ୟ । ନବୀନଙ୍କ ଗୁଡବୁକରେ ରହିଆସିଥିବା ଆଦିତ୍ୟ ଜଣେ ଅନୁଭବୀ, ଅଭିଜ୍ଞତା ସର୍ମ୍ପନ୍ନ ପ୍ରଶାସନିକ ଅଧିକାରୀ ଭାବେ ବେଶ ଜଣାଶୁଣା ଥିଲେ । ତେବେ ଆଦିତ୍ୟଙ୍କୁ ନୂଆ ଦାୟିତ୍ୱ ମିଳିବା ପରେ କିଏ ମୁଖ୍ୟ ଶାସନ ସଚିବ ହେବ ତାହାକୁ ନେଇ ପାୱାର କରିଡରରେ ଆରମ୍ଭ ହୋଇଛି ଚର୍ଚ୍ଚା ।