ସରିଲା ବାହୁଡା ଯାତ୍ରା, ସୁନାବେଶରେ ଦର୍ଶନ ଦେଲେ ମହାପ୍ରଭୁ ! ଆଜି ହେବ ଅଧରପଣା ନୀତି, ଜାଣନ୍ତୁ ଏହି ବିଶେଷ ନୀତି ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା
Kanak News is now on WhatsApp
Join and get latest news updates delivered to you via WhatsApp
ଏ ପ୍ରଶ୍ନର ଉତ୍ତର ଖୋଜିବା ପୂର୍ବରୁ, ଏହି ଅଧରପଣାର ବିଧିଟି କ’ଣ ସେ ସଂପର୍କରେ ସଂକ୍ଷିପ୍ତ ଆଲୋଚନା ଆବଶ୍ୟକ । ଏହି ଅଧରପଣା ହେଉଛି ବିଶେଷ ପ୍ରଣାଳୀରେ ପ୍ରସ୍ତୁତ ଏକ ପଣାଭୋଗ। ଏହି ଭୋଗ ଏବେ ଦ୍ୱାଦଶୀ ତିଥିରେ ହେଉଛି। କିନ୍ତୁ ଇତିହାସର ସୂତ୍ର ସୂଚାଏ ଯେ ପୂର୍ବେ ଏହା ଦଶମୀ ଦିନ ହେଉଥିଲା। ବାହୁଡ଼ା ରଥ ସିଂହଦ୍ୱାରଠାରେ ପହଞ୍ଚିବା ପରେ, ରଥାରୂଢ଼ ଠାକୁରମାନଙ୍କୁ ଏହି ଭୋଗ ଲାଗି କରାଯାଉଥିଲା । ଏହାର ସାଧାରଣ ଉଦ୍ଦେଶ୍ୟ ହେଉଛି, ଠାକୁରମାନଙ୍କର ପଥକ୍ଳାନ୍ତି ଅପନୋଦନ । କାରଣ, ଆମେ ଯେପରି ଦୂରପଥ ଅତିକ୍ରମ କରି ଆସିଲେ ପଣା, ପାଣି ପିଇ ଟିକିଏ ସାଷ୍ଟମ ହୋଇଥାଉ, ଏହା ସେହିପରି ଏକ ବିଧି । କିନ୍ତୁ ‘ଅଧରହାଣ୍ଡି ଭଙ୍ଗା’ ନୀତି ସୂଚାଏ ଯେ ପଛରେ ଆହୁରି ଗଭୀର କଥା ରହିଛି ।